ETV Bharat / sports

National Sports Day 2022, ମନେ ପଡନ୍ତି ହକିର ଯାଦୁଗର

author img

By

Published : Aug 29, 2022, 7:56 AM IST

ଆଜି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ପ୍ରତି ବର୍ଷ ଆଜିର ଦିନରେ ବା ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ (National Sports Day)ଭାବେ ପାଳନ କରୁଛି ଦେଶ । ଅଧିକ ପଢନ୍ତୁ

National Sports Day 2022, ମନେ ପଡନ୍ତି ହକି ଯାଦୁଗର

ହାଇଦ୍ରାବାଦ: ମେଜର ଧ୍ୟାନଚାନ୍ଦ(Major Dhyan Chand)... ତମାମ କ୍ରୀଡାପ୍ରେମୀଙ୍କ ପାଇଁ ସେ ଥିଲେ ପ୍ରେରଣା । ଦିନେ ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ ଓ ଜାତୀୟ ହକି ଜଗତରେ ପ୍ରତିଷ୍ଠା କରିପାରିଥିଲେ ନିଜର ସ୍ବତନ୍ତ୍ର ପରିଚୟ । କ୍ରୀଡା କ୍ଷେତ୍ରରେ ତାଙ୍କ ଦକ୍ଷତା ଓ ସଫଳତା ପାଇଁ ତାଙ୍କୁ ହକିର ଯାଦୁଗର ମଧ୍ୟ କୁହାଯାଏ । ଆଜି ସେହି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ପ୍ରତିବର୍ଷ ଆଜିର ଦିନରେ ବା ଅଗଷ୍ଟ ୨୯କୁ 'ଜାତୀୟ କ୍ରୀଡା ଦିବସ' (National Sports Day)ଭାବେ ପାଳନ କରୁଛି ଦେଶ । ଖେଳ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନୀୟ, ତାଙ୍କ ପାଇଁ କ୍ରୀଡା କ୍ଷେତ୍ରରେ ଲେଖା ହୋଇଥିଲା ନୂଆ ଇତିହାସ । ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇ ଦେଶ ପାଇଁ ଗୌରବ ଆଣିଥିଲେ ଏହି ବିରାଟ ଖେଳାଳି । ଆଜି ତାଙ୍କ 117 ତମ ଜନ୍ମଜୟନ୍ତୀ ।

ମେଜର ଧ୍ୟାନଚାନ୍ଦ

ଅଗଷ୍ଟ 29, 1905ରେ ଉତ୍ତରପ୍ରଦେଶର ଆହ୍ଲାବାଦ ସହରର ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭାରତର ସର୍ବଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦ । ପ୍ରାରମ୍ଭିକ ଶିକ୍ଷା ପରେ ସେ ୧୯୨୨ରେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ସୁବେଦାର ମେଜର ତିୱାରୀଙ୍କ ତତ୍ତ୍ୱାବଧାନରେ ହକି ଖେଳିବା ଆରମ୍ଭ କରିଥିଲେ । ଏହାପରେ ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଧ୍ୟାନଚନ୍ଦ 1927 ମସିହାରେ 'ଲାନ୍ସ ନାୟକ' ଭାବରେ ନିଯୁକ୍ତ ହୋଇଥିଲେ । 1932 ମସିହାରେ ସେ ଭାରତୀୟ ହକି ଦଳର କ୍ୟାପଟେନ ଥିବାବେଳେ, 1936 ମସିହାରେ ନାୟକ ଏବଂ ସୁବେଦାରଙ୍କୁ ପଦୋନ୍ନତି ପାଇଥିଲେ । ପରେ ସେ ଲେଫ୍ଟନାଣ୍ଟ, କ୍ୟାପଟେନ ଏବଂ ଶେଷରେ ମେଜର ଭାବରେ ପଦୋନ୍ନତି ପାଇଲେ ।

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ

ତାଙ୍କ ନେତୃତ୍ବରେ ଭାରତ 1928, 1934 ଓ 1936 ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ । 1936ର ବର୍ଲିନ ଅଲିମ୍ପିକ ଗେମ୍ସରେ ସେ ଭାରତୀୟ ହକି ଦଳର ଅଧିନାୟକ ଭାବରେ ନିର୍ବାଚିତ ହୋଇଥିଲେ । ମେଜର ଧ୍ୟାନଚାନ୍ଦ 1926 ରୁ 1948 ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ 400ରୁ ଅଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବାବେଳେ ତାଙ୍କ ସମଗ୍ର କ୍ୟାରିୟରରେ ପ୍ରାୟ 1000 ଗୋଲ ସ୍କୋର କରିଥିଲେ । ମେଜର ଧ୍ୟାନଚାନ୍ଦଙ୍କୁ 1965 ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Asia Cup 2022, ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, ପାକିସ୍ତାନ ବିପକ୍ଷର ଭାରତର ରୋମାଞ୍ଚକର ବିଜୟ

ଜାତୀୟ କ୍ରୀଡା ଦିବସର ଇତିହାସ

ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ଫିଟ ଏବଂ ସୁସ୍ଥ ରହିବାର ଆବଶ୍ୟକତା ଉପରେ ଜୋର ଦେଇ ଏହି ଦିନଟି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କ୍ରୀଡା ତଥା ଦୈନନ୍ଦିନ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିଥାଏ । ମଣିଷର ଶାରୀରିକ ଏବଂ ମାନସିକ ବିକାଶ ପାଇଁ କ୍ରୀଡା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ । ଯେକୌଣସି ଖେଳ ଖେଳୁଥିବା ବ୍ୟକ୍ତି ସର୍ବଦା ସୁସ୍ଥ ରହିଥାଏ । ଜାତୀୟ କ୍ରୀଡା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ । ଏହି ଦିନ ଭାରତର ରାଷ୍ଟ୍ରପତି ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ ।

ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ 2012 ମସିହାରେ ସରକାର ଘୋଷଣା କରିଥିଲେ । ସେ ଏକମାତ୍ର ହକି ଖେଳାଳି ଯିଏକି ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି । ତାଙ୍କର ଆଜୀବନ ପୁରସ୍କାର ଏବଂ କ୍ରୀଡ଼ାରେ ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ସର୍ବୋଚ୍ଚ ବିନ୍ଦୁ ଭାବରେ ବିବେଚନା କରାଯାଏ । ୧୯୭୯ ଡିସେମ୍ବର ୩ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.