ETV Bharat / sports

FIFA Women's World Cup: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମହିଳା U-17 ବିଶ୍ବକପ

author img

By

Published : Apr 14, 2022, 3:34 PM IST

ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2022 (FIFA U-17 Women's World Cup) । ଅଧିକ ପଢନ୍ତୁ

FIFA announces official draw date for U-17 Women's World Cup India 2022
FIFA Women's World Cup: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମହିଳା U-17 ବିଶ୍ବକପ

ଭୁବନେଶ୍ବର: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2022 (FIFA U-17 Women's World Cup) । ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ୬ ମାସ ବାକି ଥିବାବେଳେ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ବୋର୍ଡ(FIFA) ଭୁବନେଶ୍ବର, ଗୋଆ, ନଭି ମୁମ୍ବାଇକୁ ଟୁର୍ଣ୍ଣାମେଣ୍ଟର ଆୟୋଜକ ସହର ଭାବେ ଘୋଷଣା କରିଛି ।

ଫୁଟବଲର ଏହି ସମ୍ମାନଜନକ ଇଭେଣ୍ଟର ୨୦୨୦ ସଂସ୍କରଣ COVID-19 ମହାମାରୀ କାରଣରୁ ବାତିଲ ହୋଇଥିଲା । ତେବେ FIFA ୧୭ବର୍ଷରୁ କମ ମହିଳା ବିଶ୍ବକପ ୨୦୨୨ ଖେଳାଯିବା ନେଇ ସ୍ପଷ୍ଟ କରିଛନ୍ତି, FIFA, ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ଓ ଲୋକାଲ ଆୟୋକ କମିଟି(LOC) । ଚଳିତ ବର୍ଷ ଶେଷ ଭାଗରେ ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତରେ ଖେଳାଯିବା ନେଇ ସୂଚୀ ରହିଥିବାବେଳେ, ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଏଥିସହ ୩ଟି ଭେନ୍ୟୁ- ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହାରୱାଲ ନେହେରୁ ଷ୍ଟାଡିୟମ ଓ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମକୁ ଘୋଷଣା କରାଯାଇଛି । ବିଶ୍ବ ମହିଳା ଫୁଟବଲର ଭବିଷ୍ୟତ ଷ୍ଟାର ଖେଳାଳି ଓ ଦକ୍ଷ ପ୍ରତିଭାବାନ ଖେଳାଳିଙ୍କ ଆକର୍ଷଣୀୟ ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ।

  • 𝗜𝗧'𝗦 𝗢𝗙𝗙𝗜𝗖𝗜𝗔𝗟 ✍️#Bhubaneswar's Kalinga Stadium 🏟️ has been chosen as one of the venues for the FIFA U-17 Women's World Cup India 2022, scheduled to be held in October.

    This is 𝗕𝗜𝗚 🔥#IndianFootballpic.twitter.com/ek36S685or

    — Odisha Sports (@sports_odisha) April 14, 2022 " class="align-text-top noRightClick twitterSection" data=" ">

ନିକଟରେ ଭାରତ ଗସ୍ତରେ ଆସିଥିବା FIFA ମୁଖ୍ୟ ମହିଳା ଫୁଟବଲ ଅଧିକାରୀ ସରାଇ ବେରମନ କହିଛନ୍ତି, U-17 Women's World Cup ୨୦୨୨ର ୩ଟି ଆୟୋଜକ ସହର ଓ ଡ୍ର ତାରିଖ ଘୋଷଣା ହେଉଥିବାରୁ ଉତ୍ସାହିତ । ଟୁର୍ଣ୍ଣାମେଣ୍ଟ ଆୟୋଜନର ଶେଷ କାଉଣ୍ଟଡାଉନ୍‌ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଥିସହ ଭାରତୀୟ ଫୁଟବଲ ମହାସଂଘ(AIFF) ଓ ଲୋକାଲ ଆୟୋଜକ କମିଟି(LOC)କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଭାରତୀୟ ଫୁଟବଲ ସଂଘର ସଭାପତି ତଥା LOC ଅଧ୍ୟକ୍ଷ ଓ FIFA କାଉନସିଲ୍‌ ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି, "U-17 Women's World Cup ୨୦୨୨ ଆୟୋଜକ ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା ଓ ଗୋଆ । ଲୋକପ୍ରିୟ ଖେଳ ଫୁଟବଲର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ସଫଳତାର ସହ ହେବ ବୋଲି ଆଶାବାଦୀ ।" ଆୟୋଜକ ଭାରତ ବ୍ୟତୀତ ଏଯାବତ ୬ଟି ଦେଶ- ବ୍ରାଜିଲ, ଚିଲେ, ଚାଇନା, ପିଆଲ କଲୋମ୍ବିଆ, ଜାପାନ ଓ ନ୍ୟୁଜିଲାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ ହୋଇଛି । ତେବେ ଜୁନ ୨୪ରୁ ଡ୍ର ଟୁର୍ଣ୍ଣାମେଣ୍ଟ ପରେ ମୋଟ ୧୬ଟି ଟିମ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.