ETV Bharat / sports

ଗୁଲମାର୍ଗ ଶୀତକାଳିନ କ୍ରୀଡା ଅଂଶଗ୍ରହଣକାରୀଙ୍କୁ ବରଗଡରେ ସମ୍ବର୍ଦ୍ଧନା

author img

By

Published : Mar 8, 2021, 7:42 PM IST

Updated : Mar 8, 2021, 8:31 PM IST

ଖେଲୋ ଇଣ୍ଡିଆ ଶୀତକାଳିନ କ୍ରୀଡାର ଦ୍ବିତୀୟ ସଂସ୍କରଣରେ ଭାଗ ନେଇଥିବା ଖେଳାଳିଙ୍କୁ ପୁଷ୍ପାନସ ନଲେଜ ହବ୍‌ରେ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ..

Bargarh: Gulmark Khelo india winter games medal winner facilitated
ଗୁଲମାର୍କ ଶୀତକାଳିନ କ୍ରୀଡା ଅଂଶଗ୍ରହଣକାରୀଙ୍କୁ ବରଗଡରେ ସମ୍ବର୍ଦ୍ଧନା

ବରଗଡ଼: ସ୍ଥାନୀୟ ପୁଷ୍ପାନସ ନଲେଜ ହବ୍‌ରେ କାଶ୍ମୀରର ଗୁଲମାର୍ଗରେ ସଦ୍ୟ ସମାପ୍ତ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳିନ କ୍ରୀଡାର ଦ୍ବିତୀୟ ସଂସ୍କରଣରେ ଭାଗ ନେଇଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା ।

ପୁଷ୍ପାନସ ନଲେଜ ହବ୍‌ର ତିନିଜଣ ଯୁବ କ୍ରୀଡାବିତ୍‌ଙ୍କ ସମେତ ଝାରସୁଗୁଡ଼ାର ଜଣେ ପ୍ରତିଯୋଗୀ ଶୀତକାଳିନ କ୍ରୀଡା ଇଭେଣ୍ଟରେ ଭାଗ ନେଇଥିଲେ । କୃତୀ କ୍ରୀଡାବିତ ଓଡିଶା ଫେରିବା ପରେ ସୋମବାର ପୁଷ୍ପାନସ ନଲେଜ ହବ୍‌ରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବା ସହ, ସଂସ୍ଥାର କର୍ମକର୍ତ୍ତା ଯୁବ କ୍ରୀଡାବିତ୍ ମାନଙ୍କୁ ସମ୍ମାନିତ କରିଛନ୍ତି ।

ଗୁଲମାର୍ଗ ଶୀତକାଳିନ କ୍ରୀଡା ଅଂଶଗ୍ରହଣକାରୀଙ୍କୁ ବରଗଡରେ ସମ୍ବର୍ଦ୍ଧନା

ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ସମ୍ପାଦକ ତଥା ପ୍ରଶିକ୍ଷକ ଆଶୁତୋଷ ନାୟକ, ସଂଯୋଜିକା ରୁପଶ୍ରି ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଏସ.ରଞ୍ଜନ ଓ ଅଭିଭାବକ ଗୋବିନ୍ଦ ପ୍ରସାଦ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ସ୍ବରାଜ ମହାପାତ୍ର, ଅରବିନ୍ଦ ପାଢୀ, ଚନ୍ଦ୍ର ମହାନା ବରଗଡ଼ ଜିଲ୍ଲାର ହୋଇଥିବାବେଳେ ସୋନୁ ସୋନାଲିଆଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ । ଜାନୁୟାରୀ ମାସରେ ଜାତୀୟ ସ୍ତରୀୟ ଚୟନରେ କୃତିତ୍ବ ଅର୍ଜନ କରି ଫେବୃୟାରୀ ୨୪ରେ କାଶ୍ମୀରର ଗୁଲମାର୍ଗରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ପେନ୍ କାକ ସିଲଟ ଇଭେଣ୍ଟରେ 4ଟି ବ୍ରୋଞ୍ଜ ପଦକ ବିଜେତା ହୋଇ ଫେରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 8, 2021, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.