ETV Bharat / sports

WTC ଫାଇନାଲ: ଜୁନ 3ରେ ୟୁକେ ପହଞ୍ଚିବ ଟିମ ଇଣ୍ଡିଆ

author img

By

Published : May 29, 2021, 4:13 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ଜୁନ 18ରୁ 22 ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ...

WTC final: India to arrive in UK on June 3, BlackCaps to enter bubble on June 15
WTC ଫାଇନାଲ: ଜୁନ 3ରେ ୟୁକେ ପହଞ୍ଚିବ ଟିମ ଇଣ୍ଡିଆ

ହାଇଦ୍ରାବାଦ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଜୁନ 18ରୁ 22 ସାଉଥାମ୍ପଟନର ହାମ୍ପସାୟର ବାଓଲରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଖେଳାଯିବ ।

ମେ 17ରେ ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ଇଂଲଣ୍ଡର ସ୍ବାସ୍ଥ୍ୟ ସୁରକ୍ଷା,(କୋରୋନା ଭାଇରସ, ଅନ୍ତର୍ଜାତୀୟ ଯାତ୍ରା) ନିୟମ 2021 ଅନ୍ତର୍ଭୁକ୍ତ ଏହି ଇଭେଣ୍ଟକୁ ୟୁକେ ସରକାରଙ୍କ ଅନୁମତି ମିଳିଛି ।

ଏହି ଇଭେଣ୍ଟରେ ପାଇଁ ଜୈବ ସୁରକ୍ଷା ନିୟମାବଳୀ ଅନୁୟାୟୀ, ଭାରତୀୟ ପୁରୁଷ ଟିମ ୟୁକେରେ ଜୁନ 3, 2021ରେ ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେ ପହଞ୍ଚିବ ଓ ସମସ୍ତ ସଦସ୍ୟଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦେବାକୁ ହେବ । ୟୁକେ ସରକାର ଓ ଇଂଲଣ୍ଡର ପବ୍ଲିକ ହେଲ୍‌ଥ ବିଭାଗ ଏହା ଦର୍ଶାଇଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ ଜୁନ 15ରେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ । ଏନେଇ ଆଇସିସି ଏକ ଔପଚାରିକ ଘୋଷଣାନାମାରେ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.