ETV Bharat / sports

WTC ଫାଇନାଲ: ଯୁଗ୍ମ ବିଜେତା ହେବେ ଭାରତ-ନ୍ୟୁଜିଲାଣ୍ଡ !

author img

By

Published : May 28, 2021, 7:50 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଯଦି ବିନା ଫଳାଫଳ କିମ୍ବା ଅମୀଂମାସିତ ଭାବେ ଶେଷ ହୁଏ, ତେବେ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ ହେବେ ଯୁଗ୍ମ ବିଜେତା । ଅଧିକ ପଢନ୍ତୁ..

WTC Final: India and New Zealand to be crowned joint winners if game ends in draw or tie
WTC ଫାଇନାଲ: ଯୁଗ୍ମ ବିଜେତା ହେବେ ଭାରତ-ନ୍ୟୁଜିଲାଣ୍ଡ !

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ବଡ ଘୋଷଣା । ଆସନ୍ତା ମାସରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଯଦି ବିନା ଫଳାଫଳ କିମ୍ବା ଅମୀଂମାସିତ ଭାବେ ଶେଷ ହୁଏ, ତେବେ ଉଭୟ ଟିମକୁ ଯୁଗ୍ମ ବିଜେତା ଘୋଷିତ କରାଯିବ । ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ବିଜେତା ହେବେ । ଏନେଇ ଶୁକ୍ରବାର ଆଇସିସି ଘୋଷଣା କରିଛି ।

ଜୁନ 18ରୁ 22 ସାଉଥମ୍ପଟନର ହାମ୍ପସାୟର ବାୱଲରେ WTC ଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଜୁନ 23କୁ ରିଜର୍ଭ ଦିନ ରଖାଯାଇଛି ।

ପାଞ୍ଚ ଦିନ ସଂପୂର୍ଣ୍ଣ ଖେଳକୁ ସୁନିଶ୍ଚିନ୍ତ କରିବାକୁ ରିଜର୍ଭ ଦିନ ରହିଛି । ତେବେ 5 ଦିନର ସଂପୂର୍ଣ୍ଣ ଖେଳ ପରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ନହେଲେ ଅତିରିକ୍ତ ଦିନ ଖେଳ ହେବ ନାହିଁ ବରଂ ମ୍ୟାଚକୁ ଡ୍ର ବୋଲି ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.