ETV Bharat / sports

ବିଶ୍ବକପରେ ଧମାକାଦାର ପ୍ରଦର୍ଶନ ପରେ ଶାମିଙ୍କ ରାଜ୍‌ ଖୋଲିଲେ ପିଲାଦିନର କୋଚ୍‌

author img

By ETV Bharat Odisha Team

Published : Nov 16, 2023, 9:04 PM IST

Updated : Nov 17, 2023, 6:53 PM IST

ଆଇସିସି ବିଶ୍ବକପ ୨୦୨୩ ଫାଇନାଲରେ ପହଞ୍ଚିଛି ଇଣ୍ଡିଆନ ଟିମ । ବୁଧବାର ସେମିରେ ମହମ୍ମଦ ଶାମିଙ୍କ ଧମାକାଦାର ପ୍ରଦର୍ଶନ ପରେ ଶାମିଙ୍କ ରାଜ୍‌ ଖୋଲିଲେ ପିଲାଦିନର କୋଚ୍‌ । ଅଧିକ ପଢନ୍ତୁ

mohammed shami
mohammed shami

ମୁମ୍ବାଇ: ଭାରତରେ ଜାରି ରହିଛି କ୍ରିକେଟ ମହାକୁମ୍ଭ । ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ପରେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇସିସି ବିଶ୍ବକପ ୨୦୨୩ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଚମକିଛନ୍ତି ଭାରତୀୟ ପେସ ବୋଲର ମହମ୍ମଦ ଶାମି । ଗତକାଲି (ବୁଧବାର) ସାମିଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ବଳରେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିଛି । ଶାମି ଗତକାଲି ୭ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି । ସେମିରେ ଧମକାଦାର ପ୍ରଦର୍ଶନ ପରେ ତାଙ୍କ ରାଜ୍‌ ଖୋଲିଛନ୍ତି ପିଲାଦିନର କୋଚ୍‌ ।

ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ସ୍କ୍ବାଡରେ ଶାମିଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଶାମି କାହାକୁ ନିରାଶ କରିନାହାନ୍ତି । ବରଂ ତାଙ୍କର ଅବିଶ୍ବସନୀୟ ପ୍ରଦର୍ଶନ ଟିମମେଟ୍ସ ସାଙ୍ଗକୁ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗତକାଲି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମ ୪ଟି ୱିକେଟ ଶାମି ନେଇଥିଲେ । ଶାମି ବୋଲିଂ ପାଇଁ ଆସୁଥିବା ବେଳେ ଉତ୍ସାହିତ ହୋଇପଡ଼ିଥିଲେ ଦର୍ଶକ । ଏଭଳି ଭାବରେ ଶାମି ୭ଟି ୱିକେଟ ନେଇଥିଲେ । ତାଙ୍କ ଷ୍ଟ୍ରାଇକ ରେଟ ୧୦.୯ ରହିଥିଲା, ଯାହାକି ଅବିଶ୍ବସନୀୟ । ଗତକାଲି ଅନ୍ୟ ବୋଲର ଫେଲ୍‌ ମାରିଥିବା ବେଳେ ଶାମିଙ୍କ ୱିକେଟ ବେଶ ପ୍ରଭାଶାଳୀ ରହିଥିଲା ।

କାହିଁକି ପ୍ରଥମରୁ ମ୍ୟାଚ୍‌ ଖେଳିନଥିଲେ ଶାମି:- ଭାରତ ୮ ନମ୍ବରରେ ଜଣେ ଅଲରାଉଣ୍ଡରକୁ ଖେଳାଇବାକୁ ଚାହୁଁଥିଲା । ଫଳରେ ଟପ୍‌ ବ୍ୟାଟିଂ ଅର୍ଡର ଶୀଘ୍ର ଆଉଟ୍‌ ହେଲେ ସୁଦ୍ଧା ଦଳ ଉପରେ ଚାପ ଯେପରି ନ ପଡିବ । ଏହି ରଣନୀତି ଅନୁସାରେ ଅଶ୍ବିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମିଲ କରାଯାଇଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌ରେ ଖେଳାଯାଇଥିଲା । ହେଲେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଟିମକୁ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଟିମକୁ ଜଣେ ବ୍ୟାଟର ଓ ବୋଲରଙ୍କ ଆବଶ୍ୟକ ଥିଲା । ଏହି ମ୍ୟାଚରେ ଶାମିଙ୍କୁ ସ୍ଥାନ ମିଳିଥିବା ବେଳେ ସେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ଟି ୱିକେଟ କରି ସମସ୍ତଙ୍କୁ ତାଜୁବ କରିଥିଲେ ।

ଏହା ବି ପଢନ୍ତୁ- World Cup 2023: ଭାରତକୁ ସେମିରେ ପହଞ୍ଚାଇବା ପରେ ଏମିତି କହିଲେ ଶାମି

ବ୍ୟାଟିଂ କୋଚ୍‌ ସାମିଙ୍କୁ କହିଲେ 'ପ୍ରଭାବଶାଳୀ':- ଭାରତର ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ସାମିଙ୍କୁ ପ୍ରଶଂସାରେ ପୋତିଛନ୍ତି । ସେ କହିଛନ୍ତି, " ଶାମି ଜଣେ ପ୍ରଭାବଶାଳୀ ବୋଲର । ସେ ଉତ୍ତମ ବୋଲିଂ ପ୍ରଦର୍ଶନ କରିଥାନ୍ତି । ଟିମ ଚୟନ ବେଳେ କୌଣସି ନିର୍ଦ୍ଦିଷ୍ଟ ରଣନୀତି ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳିପାରିନଥିଲା । ସେ ମ୍ୟାଚ୍‌ ଖେଳିନଥିଲେ ସୁଦ୍ଧା ମାନସ୍ତିକ ସ୍ତରରେ ବେଶ ମଜଭୁତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇରେ ଚମତ୍କାର ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । "

କଣ କହିଲେ ଶାମିଙ୍କ ପିଲାଦିନର କୋଚ୍‌ ? ଶାମିଙ୍କ ପିଲାଦିନର ପ୍ରଶିକ୍ଷକ ତଥା କୋଚ୍‌ ମହମ୍ମଦ ବଦରୁଦ୍ଦିନ କହିଛନ୍ତି, 'ଆପଣ ତାଙ୍କ ବୋଲିଂ କୌଶଳକୁ ଦେଖନ୍ତୁ, ସେ 'ହାର୍ଡ ପିଚ୍' ବଲ୍ ପକାନ୍ତି ନାହିଁ । ଗତ ରାତିରେ କନୱେଙ୍କୁ କିପରି ଆଉଟ୍‌ କଲେ ତାହା ଆପଣ ଦେଖି ଜାଣିପାରିଥିବେ । ତାଙ୍କ ବଲର ସିମ୍ ପୋଜିସନ ସବୁବେଳେ ଉପରେ ଥାଏ ଏବଂ ସେ ଏହାକୁ ସଠିକ ଢଙ୍ଗରେ ବୋଲିଂ କରନ୍ତି । ଏହା ହେଉଛି ତାଙ୍କର ଦକ୍ଷତା ଏବଂ ସେ ଏହି କୌଶଳ ଉପରେ ଘଣ୍ଟା ଘଣ୍ଟା କାମ କରିଛନ୍ତି । ଦକ୍ଷତା ଏବଂ ପରିଶ୍ରମ କଲେ ସଫଳତା ନିଶ୍ଚିତ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଦୁନିଆର ଜଣେ ଶ୍ରେଷ୍ଠ ବୋଲର ଏବଂ ସେ କିପରି ଭାବରେ ବଲ୍ ଏବଂ ଷ୍ଟମ୍ପ୍ ନିକଟରେ ବୋଲିଂ କରନ୍ତି ତାହା ଅତ୍ୟନ୍ତ ଚମତ୍କାର । ଶାମି କ୍ରମାଗତ ଭାବରେ ଷ୍ଟମ୍ପ ଉପରେ ବୋଲିଂ କରନ୍ତି ଏବଂ ତାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଏହା କରନ୍ତି ନାହିଁ । ୱିଲିୟମ୍ସନ୍ ଗୁଜୁରାଟ ଟାଇଟାନ୍ସରେ ଶାମିଙ୍କ ସାଥୀ ଅଟନ୍ତି ଏବଂ ସେ ବହୁତ ଭଲ ଭାବରେ ଜାଣନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2023, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.