ETV Bharat / sports

ପୁଣି ସେହି ଅହମ୍ମଦାବାଦ ଷ୍ଟାଡିୟମ, 2011ରେ ଚିତପଟାଙ୍ଗ୍‌ ହୋଇଥିଲା ଅଷ୍ଟ୍ରେଲିଆ

author img

By ETV Bharat Odisha Team

Published : Nov 17, 2023, 11:56 AM IST

World Cup 2023: 2011 ବିଶ୍ବକପ କ୍ବାଟର ଫାଇନାଲରେ ମୋଟେରା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ। ସେହି ଷ୍ଟାଡିୟମରେ 2023 ବିଶ୍ବକପ ସମାନ ଦଳ ସହ ଖେଳିବ ଭାରତ। ଅଧିକ ପଢନ୍ତୁ

world cup 2023
world cup 2023

ହାଇଦ୍ରାବାଦ : ସେହି ଟୁର୍ଣ୍ଣାମେଣ୍ଟ ସେହି ଷ୍ଟାଡିୟମ, କିନ୍ତୁ ମ୍ୟାଚ, ଖେଳାଳି ଓ ରଣନୀତି ଅଲଗା । 2011 ବିଶ୍ବକପ କ୍ବାଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ। ଯେଉଁ ମୋଟେରା ଷ୍ଟାଡିମରେ ସେମିଫାଇାନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ସେହି ଷ୍ଟାଡିୟମରେ ଚଳିତ ବିଶ୍ବକପ ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ସେତେବେଳେ ମୋଟେରା ଷ୍ଟାଡିୟମ ୱାଙ୍ଖଡେ କିମ୍ବା ଚିନ୍ନାସ୍ୱାମୀ ତୁଳନାରେ ଛୋଟ ଥିଲା । କିନ୍ତୁ ବର୍ତ୍ତମାନ ଅନେକ ପରିବର୍ତ୍ତନ ହୋଇଛି ।

ସେତେବେଳେ ମୋଟେରା ଷ୍ଟାଡିୟମ କୁହାଯାଉଥିବା ବେଳେ ଏହାକୁ ଏବେ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଉଛି । 2011 ବିଶ୍ବକପ ସମୟରେ ଏହି ଷ୍ଟାଡିୟମରେ 40 ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ 1.32 ଲକ୍ଷ୍ୟ ଦର୍ଶକ ବସିବାର କ୍ଷମତା ରହିଛି । ନଭେମ୍ବର19ରେ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଷ୍ଟାଡିୟମରେ ଛାଇଯିବେ ଭାରତୀୟ ଟିମର ସମର୍ଥକ । ଜନସନୁଦ୍ରରେ ପରିଣତ ହେବ ନରେନ୍ଦ୍ର ମୋଦି ଷ୍ଟାଡିୟମ ।

ଏହା ମଧ୍ୟ ପଢନ୍ତୁ-ଆକ୍ରାମକ କ୍ରିକେଟ ଖେଳୁଛି ଭାରତ, ଫାଇନାଲରେ ସଂଘର୍ଷ କରିବ ଅଷ୍ଟ୍ରେଲିଆ: ସୌରଭ ଗାଙ୍ଗୁଲି

2011 ବିଶ୍ବକପ କ୍ବାଟର ଫାଇନାଲରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି 4 ଥର ବିଶ୍ବ ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆକୁ ସେମିକେରେ ପ୍ରବେଶ କରାଇ ଦେଇନଥିଲା। ଭାରତୀୟ ଦଳ ଦମଦାର ବୋଲି ସାଙ୍ଗକୁ ବ୍ୟାଟିଂ ଓ ଫିଲ୍ଡ ମଧ୍ୟ ଭଲ କରିଥିଲା । ଯୁବରାଜ ସିଂ, ରାଇନା, ତେନ୍ଦୁଲକର ଏବଂ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଭଲ ରହିଥିଲା। 2011 ବିଶ୍ୱକପରେ ଧୋନୀଙ୍କ ନେତୃତ୍ବରେ କ୍ୱାର୍ଟର ଫାଇନାଲରେ କଙ୍ଗାରୁ ଦଳକୁ ଭାରତ ପରାସ୍ତ କରି ଟ୍ରଫି ହାତେଇବାକୁ ଯାଇଥିଲା । ଏହାରି ମଧ୍ୟରେ ଭାରତୀୟ ଦଳରେ ବି ଅପଗ୍ରେଡ କରାଯାଇଛି । ଖେଳାଳି ଓ ରଣନୀତି ଅଲଗା ରହିଛି, ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି ।

2011 ବିଶ୍ବକପରେ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ ଖେଳିଥିଲା। ଦକ୍ଷତା ଓ କୌଶଳରେ ଭାରତୀୟ ଦଳ ଟ୍ରଫି ହାତେଇଥିଲା। ଚଳିତ ବିଶ୍ବକପ ଭାରତୀୟ ଦଳ ରୋହିତ ଶର୍ମା ନେତୃତ୍ବରେ ଖେଳୁଛି । ଯେଉଁଥିରେ ଯୁବ ଖେଳାଳି ମାନଙ୍କୁ ସୁଯୋଗ ଦିଆଯାଇଛି । ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଯୁବରାଜ ଦମଦାର ପ୍ରଦର୍ଶନକରି ଦଳକୁ ବିଜୟୀ କରିଥିଲେ । ଚଳିତ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ବେଳେ କୋହଲିଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ ଶୂନରେ ଆଉଟ ହୋଇଥିଲେ ରୋହିତ । ସେହିପରି 2011ରେ ବିରେନ୍ଦ୍ର ସେଓ୍ବାଗ ଓପନିଂ କରିବାକୁ ଯାଇ ଶୂନରେ ଆଉଟ ହୋଇଥିଲେ।

2011 କ୍ବାଟର ଫାଇନାଲରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି 260 ରନ୍‌ କରିଥିଲା । ସବୁଠାରୁ କଷ୍ଟଦାୟକ ଥିଲା ଯେତେବେଳେ ସେଓ୍ବାଗ ଶୂନର ଆଉଟ ହୋଇଥିଲେ। ସେତେବେଳେ ଟାର୍ଗେଟ ହାସଲ କରିବା କଷ୍ଟସାଧ୍ୟ ମନେ ହେଉଥିଲା । କିନ୍ତୁ ସଚିନ ତେନ୍ଦୁଲକରଙ୍କ 53ରନ ବଳରେ ଦଳ ପୁଣି ମ୍ୟାଚକୁ ଫେରିଥିଲା । ଏହାପରେ ଦଳୀୟ ସ୍କୋର 94ରେ ସଚିନ ଆଉଟ ହେବାପରେ କୋହଲି ଓ ଗମ୍ଭୀରଙ୍କ ଭାଗିଦାରୀ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲା । ଯୁବରାଜ ସିଂହଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଭାରତୀୟ ଦଳ 47.4 ଓଭରରେ ମ୍ୟାଚରେ ବିଜୟୀ ହୋଇଥିଲା । ସେହିପରି 2011 ବିଶ୍ବକପ୍‌ ଅଷ୍ଟ୍ରେଲିଆ ବିପକ୍ଷ କ୍ବାଟରଫାଇନାଲରେ ସୁରେଶ ରାଇନା ଯେପରି ଯୁବରାଜ ସିଂହଙ୍କ ପାଇଁ ଛିଡ଼ା ହୋଇଥିଲେ, ଚଳିତ ଲିଗ୍‌ ମ୍ୟାଚରେ ମଧ୍ୟ ସମାନ ଭାବରେ କୋହଲିଙ୍କ ପାଇଁ କେଏଲ ରାହୁଲ ଛିଡା ହୋଇଥିଲେ । 2011 ବିଶ୍ବକପ ଖେଳିଥିବା କୋହଲି ଓ ଅଶ୍ବିନୀ ଏବେ ବି ବିଶ୍ବକପ ଖେଳୁଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ଦଳରେ ଷ୍ଟିଭେନ ସ୍ମିଥ ଏକମାତ୍ର ଖେଳାଳି ଯିଏକି 2011 ବିଶ୍ବକପ ମ୍ୟାଚ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.