ETV Bharat / sports

Women's World Cup: ବର୍ଷା ବିଗାଡିଲା ଭାରତର ସେମି ସମୀକରଣ

author img

By

Published : Mar 24, 2022, 6:14 PM IST

ମହିଳା ODI ବିଶ୍ବକପ ୨୦୨୨ରେ ଭାରତ ପାଇଁ ସେମିଫାଇନାଲ ରାସ୍ତା କଠିନ ହୋଇଛି । ଗୁରୁବାର ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାପରେ ବଦଳିଯାଇଛି ସେମିଫାଇନାଲ ସମୀକରଣ । ଅଧିକ ପଢନ୍ତୁ

Women's World Cup: How Will Abandoned SA Vs WI Game Affect India's Semifinal Chances?
Women's World Cup: ବର୍ଷା ବିଗାଡିଲା ଭାରତର ସେମି ସମୀକରଣ

ହାଇଦ୍ରାବାଦ: ଚଳିତ ମହିଳା ODI ବିଶ୍ବକପ ୨୦୨୨ରେ ଭାରତ ପାଇଁ ସେମିଫାଇନାଲ ରାସ୍ତା କଠିନ ହୋଇଛି । ଗୁରୁବାର ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାପରେ ବଦଳିଯାଇଛି ସେମିଫାଇନାଲ ସମୀକରଣ । ମହିଳା ବିଶ୍ବକପ ୨୦୨୨ରେ ମାର୍ଚ୍ଚ ୨୪(ଗୁରୁବାର) ଦୁଇଟି ମ୍ୟାଚ୍‌ ଖେଳାଯାଇଛି । ବିଶ୍ବକପର ୨୩ତମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା, ଯାହାକି ବର୍ଷା ଯୋଗୁଁ ବାତିଲ ହୋଇଛି । ସେହିପରି ୨୪ତମ ମ୍ୟାଚ୍‌ରେ ଇଂଲଣ୍ଡ ୯ ୱିକେଟରେ ପାକିସ୍ତାନକୁ ହରାଇଛି । ଏହି ଦୁଇଟି ମ୍ୟାଚ୍‌ ପରେ ସେମିଫାଇନାଲ ସମୀକରଣ ଅତି ରୋମାଞ୍ଚକର ହୋଇଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ବିନା ଫଳାଫଳରେ ଶେଷହେବା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ପଏଣ୍ଟ ମିଳିଛି, ଯାହାଫଳରେ ସେମିଫାଇନାଲରେ ପ୍ରବେଶ କରିଛି ଟିମ । ଏହାପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ପହଞ୍ଚିସାରିଛି । ଅନ୍ୟପଟେ ପାକିସ୍ତାନ ଟିମ ସଂପୂର୍ଣ୍ଣ ଭାବେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି ।

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ୬ଟି ମ୍ୟାଚରୁ ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ହାସଲ କରିଛି ଓ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ସେମିଫାଇନାଲ ପାଇଁ ବାକି ଦୁଇଟି ସ୍ଥାନ ପାଇଁ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ଭାରତ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ହେଉଛି ।

ୱେଷ୍ଟଇଣ୍ଡିଜ ତା'ର ସମସ୍ତ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଖେଳିସାରିଥିବାବେଳେ, ୩ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ଚତୁର୍ଥ ଓ ଭାରତ ପଞ୍ଚମ ସ୍ଥାନରେ ରହିଛି । ଏହି ତିନୋଟି ଟିମ ୩ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଭାରତ ଓ ଇଂଲଣ୍ଡ ଏବେବି ୧-୧ ମ୍ୟାଚ୍‌ ଖେଳିବା ବାକି ଅଛି ।

ଭାରତ ସାମ୍ନାରେ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜ୍‌:

ଇଂଲଣ୍ଡର ଶେଷ ମ୍ୟାଚ୍‌ ବାଂଲାଦେଶ ଭଳି ଦୁର୍ବଳ ଟିମ ବିପକ୍ଷରେ ମାର୍ଚ୍ଚ ୨୭ରେ ରହିଛି । ଫଳରେ ଇଂଲଣ୍ଡର ବିଜୟ ପ୍ରାୟତଃ ପକ୍କା ରହଛି । ଏପରି ସ୍ଥିତିରେ ଟିମ ଇଣ୍ଡିଆ ଯଦି ଦକ୍ଷିଣ ଆଫ୍ରିକାକୁ ହରାଇଦିଏ, ତେବେ ସେମିଫାଇନାଲରେ ପହଞ୍ଚିଯିବ । ମାତ୍ର ଯଦି ପରାସ୍ତ ହୁଏ ତେବେ ୱେଷ୍ଟଇଣ୍ଡିଜର ସେମି ଟିକେଟ ପକ୍କା ହୋଇଯିବ । ଅର୍ଥାତ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ପାଇଁ ଏକମାତ୍ର ବିକଳ୍ପ ବିଜୟ । ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଦକ୍ଷିଣ ଆଫ୍ରିକା ଟିମକୁ କୌଣସି ପ୍ରକାରେ ମିତାଲି ରାଜଙ୍କ ଟିମକୁ ହରାଇବାକୁ ହେବ । ଏହି ମ୍ୟାଚ୍‌ ମାର୍ଚ୍ଚ ୨୭ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.