ETV Bharat / sports

ମହିଳା ବିଶ୍ବକପ ୨୦୨୨: ସେମିଫାଇନାଲ ଟିକେଟ ହାତେଇବ ଟିମ ଇଣ୍ଡିଆ !

author img

By

Published : Mar 20, 2022, 10:23 PM IST

ଏଯାବତ ସେମିଫାଇନାଲ ପାଇଁ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଥମ ଟିମ ଭାବେ ଅଷ୍ଟ୍ରେଲିଆ ସ୍ଥାନ ପକ୍କା କରିସାରିଛି । ଭାରତ ପାଇଁ ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ଅଧିକ ପଢନ୍ତୁ

Women's World Cup 2022: India must to win remaining two game to stay in semi-final race
ମହିଳା ବିଶ୍ବକପ ୨୦୨୨: ଟିମ ଇଣ୍ଡିଆର ସେମିଫାଇନାଲ ସମୀକରଣ

ହାଇଦ୍ରାବାଦ: ରୋମାଞ୍ଚକ ମୋଡରେ ଚଳିତ ମହିଳା କ୍ରିକେଟ ବିଶ୍ବକପ ୨୦୨୨ । ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ପର୍ଯ୍ୟାରେ ଥିବାବେଳେ ଶୀର୍ଷ ୪ ସ୍ଥାନ ମଧ୍ୟରେ ରହି ସେମିଫାଇନାଲ ଟିକେଟ ହାତେଇବାକୁ ଜୋରଦାର ଲଢେଇ ଦେଖିବାକୁ ମିଳୁଛି । ଏଯାବତ ସେମିଫାଇନାଲ ପାଇଁ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଥମ ଟିମ ଭାବେ ଅଷ୍ଟ୍ରେଲିଆ ସ୍ଥାନ ପକ୍କା କରିସାରିଛି । କଙ୍ଗାରୁ ଟିମ ଏଯାବତ ୫ଟି ମ୍ୟାଚ୍‌ ଖେଳିଥିବାବେଳେ ସମସ୍ତ ୫ଟି ମ୍ୟାଚ୍‌ରେ ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ।

ତେବେ ଭାରତ ଦୃଷ୍ଟିକୋଣରୁ ଏହି ବିଶ୍ବକପ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ କ୍ୟାପେଟନ ମିତାଲି ରାଜ ଓ ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ପ୍ରାୟତଃ ସେମାନଙ୍କର ଶେଷ ଦିନିକିଆ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଦିନିକିଆ ବିଶ୍ବକପର ଗତ ସଂସ୍କରଣ ୨୦୧୭ରେ ଖେଳାଯାଇଥିଲା ଓ ସେଥିରେ ଫାଇନାଲରେ ମୁକାବିଲାରେ ଇଂଲଣ୍ଡ ଠାରୁ ପରାଜୟ ସହ ଅଳ୍ପକେ ବିଶ୍ବବିଜେତା ହେବାରୁ ବଞ୍ଚିତ ହୋଇଥିଲା ମିତାଲି ରାଜଙ୍କ ଟିମ ।

ନଜର ପକାନ୍ତୁ ଟିମ ଇଣ୍ଡିଆ ପାଇଁ ଚଳିତ ବିଶ୍ବକପରେ କଣ ରହିଛି ସେମିଫାଇନାଲ ପ୍ରବେଶ ପାଇଁ ସମୀକରଣ:

ମ୍ୟାଚ୍‌ ବାକି: ୨

22 ମାର୍ଚ୍ଚ ବନାମ ବାଂଲାଦେଶ

୨୭ ମାର୍ଚ୍ଚ ବନାମ ଦକ୍ଷିଣ ଆଫ୍ରିକା

ଭାରତ ପାଇଁ ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟ ମିଶ୍ରିତ ଫଳ ରହିଛି । ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ବୃହତ ବିଜୟରୁ ପଏଣ୍ଟ ସହ ରନ ରେଟ୍‌ ବୃଦ୍ଧି କରିଥିଲା ଭାରତ । ମାତ୍ର ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ପରାଜୟ ଟିମକୁ ମହଙ୍ଗା ପଡିଛି । ହାତରେ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ବାକିଥିବାବେଳେ ବିଶ୍ବକପର ସେମିଫାଇନାଲ ଟିକେଟ ହାତେଇବାକୁ ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଭାରତ । କେବଳ ସେତିକି ନୁହେଁ, ଅନ୍ୟ ଟିମର ବିଜୟ ଫଳାଫଳ ଉପରେ ମଧ୍ୟ ଭାରତର ସେମିଫାଇନାଲ ପ୍ରବେଶ ଭାଗ୍ୟ ନିର୍ଭର କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.