ETV Bharat / sports

WWC 2022: ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ରୋମାଞ୍ଚକର ବିଜୟ, ସେମି ଆଶା ଉଜ୍ଜିବୀତ

author img

By

Published : Mar 20, 2022, 8:40 PM IST

ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ଆଉ ଏକ ବିଜୟ । ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ହରାଇବାପରେ ଇଂଲଣ୍ଡର ସେମିଫାଇନାଲ ଆଶା ଉଜ୍ଜିବୀତ । ଅଧିକ ପଢନ୍ତୁ

Women's World Cup 2022: Defending champions England stay alive with thrilling win over New Zealand
WWC 2022: ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ରୋମାଞ୍ଚକର ବିଜୟ, ସେମି ଆଶା ଉଜ୍ଜିବୀତ

ଅକଲାଣ୍ଡ: ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ଆଉ ଏକ ବିଜୟ । ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ହରାଇବାପରେ ଇଂଲଣ୍ଡର ସେମିଫାଇନାଲ ଆଶା ଉଜ୍ଜିବୀତ ରହିଛି ।

ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୨୦୩ ରନ୍‌ କରିବାକୁ ସମର୍ଥ ହୋଇଥିଲା । କ୍ୟାପଟେନ୍‌ ସୋଫି ଡିଭାଇନ ୪୧ ଓ ମ୍ୟାଡି ଗ୍ରୀନ ୫୨ ରନ୍‌ର ଇଂନିସ ଖେଳିଥିଲେ । ଆମେଲିଆ କେର ୨୪ ଓ ବେଟସ୍‌ ୨୨ ରନ୍‌ କରିଥିଲେ ।

ଜବାବରେ ୨୦୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ୪୭.୨ ଓଭରରେ ୯ ୱିକେଟ ହରାଇ ବିଜୟୀ ହୋଇଥିଲା । ନାଟିଲେ ସ୍କିଭର ସର୍ବାଧିକ ୬୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ହେଥର ନାଇଟ୍‌ ୪୨ ଓ ସୋଫିଆ ଡଙ୍କଲେ ୩୩ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.