ETV Bharat / sports

Women's ODI Rankings: ଚତୁର୍ଥ ସ୍ଥାନକୁ ଖସିଲେ ମିତାଲି ରାଜ

author img

By

Published : Mar 8, 2022, 4:08 PM IST

Updated : Mar 8, 2022, 5:07 PM IST

ଅଷ୍ଟ୍ରେଲିଆ କ୍ୟାପେଟନ ମେଗ ଲାନିଙ୍ଗ୍‌ ସଦ୍ୟ ପ୍ରକାଶିତ ମହିଳା ODI ବ୍ୟାଟ୍‌ର ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠିଥିବାବେଳେ, ଭାରତୀୟ କ୍ୟାପଟେନ ମିତାଲି ରାଜ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ

Women's ODI Rankings: Mithali drops to fourth, Lanning rises to second
Women's ODI Rankings: ଚତୁର୍ଥ ସ୍ଥାନକୁ ଖସିଲେ ମିତାଲି ରାଜ

ଡୁନେଡିନ(ନ୍ୟୁଜିଲାଣ୍ଡ): ଚଳିତ ICC ମହିଳା କ୍ରିକେଟ ବିଶ୍ବକପ ୨୦୨୨ର ପ୍ରଥମ ୫ଟି ମ୍ୟାଚ୍‌ ପରେ ମହିଳା ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସଦ୍ୟ ପ୍ରକାଶିତ ICC ମହିଳା ଦିନିକିଆ ଖେଳାଳି ମାନ୍ୟତାକୁ ବିଶ୍ବକପ ଟୁର୍ନାମେଣ୍ଟର ପ୍ରଦର୍ଶନ ପ୍ରଭାବିତ କରିଛି ।

ଅଷ୍ଟ୍ରେଲିଆ କ୍ୟାପେଟନ ମେଗ ଲାନିଙ୍ଗ୍‌ ସଦ୍ୟ ପ୍ରକାଶିତ ମହିଳା ODI ବ୍ୟାଟ୍‌ର ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି । ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଆଲେସା ହେଲିଙ୍କ ଠାରୁ ମାତ୍ର ୧୫ ରେଟିଂ ପଏଣ୍ଟ ପଛରେ ରହିଛନ୍ତି

ଏହାମଧ୍ୟ ପଢନ୍ତୁ: Women's Day Special: ପରାକ୍ରମୀ ଭାରତୀୟ ମହିଳା ଆଥଲେଟ୍‌, ଯାହାଙ୍କ ପ୍ରଦର୍ଶନରେ ବିଶ୍ବ ବିଜେତା ଭାରତ

ଲାନିଙ୍ଗ୍‌ ଇଂଲଣ୍ଡ ବିପକ୍ଷରେ ICC ମହିଳା କ୍ରିକେଟ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ୧୧୦ ବଲ୍‌ରୁ ୮୬ ରନ୍‌ର ଇଂନିସ ଖେଳି ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍‌ ବିଜୟୀ ରହିଥିଲେ । ଇଂଲଣ୍ଡ ସାମ୍ନାରେ ଅଷ୍ଟ୍ରେଲିଆ ୩୧୦ ରନ୍‌ର ଟାର୍ଗେଟ ରଖିଥିଲା ଓ ଶେଷ ଓଭରରେ ୧୨ ରନ୍‌ରେ ବିଜୟୀ ହୋଇଥିଲା ।

ମାନ୍ୟତାର ତୃତୀୟ ସ୍ଥାନରେ ଇଂଲଣ୍ଡର ଷ୍ଟାର ବ୍ୟାଟ୍‌ର ଟମି ବିୟୁମୋଣ୍ଟ ରହିଛନ୍ତି । ୭୧୮ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଭାରତୀୟ କ୍ୟାପେଟନ ମିତାଲି ରାଜ ରହିଛନ୍ତି । ମାନ୍ୟତାର ଦଶମ ସ୍ଥାନରେ ଭାରତୀୟ ଓପନର ସ୍ମୃତି ମାନ୍ଧାନା ରହିଛନ୍ତି ।

Last Updated : Mar 8, 2022, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.