ETV Bharat / sports

Women's CWC: ଅଷ୍ଟ୍ରେଲିଆ ପରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

author img

By

Published : Mar 24, 2022, 7:52 PM IST

ଅଷ୍ଟ୍ରେଲିଆ ପରେ ଦ୍ବିତୀୟ ଟିମ ଭାବେ ICC ମହିଳା ODI ବିଶ୍ବକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

Women's CWC: South Africa seal SF spot after rain washes out match against West Indies
women's CWC: ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ୱେଲିଂଟନ(ନ୍ୟୁଜିଲାଣ୍ଡ): ଚଳିତ ICC ମହିଳା ODI ବିଶ୍ବକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଗୁରୁବାର ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାକୁ ମ୍ୟାଚ୍‌ ବାତିଲ ହୋଇଥିଲା । କେବଳ ୧୦.୫ ଓଭର ଖେଳ ସମ୍ଭବ ହୋଇପାରିଥିଲା ।

ଦକ୍ଷିଣ ଆଫ୍ରିକାର ସ୍କୋର ୬୧/୪ ରହିଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ସମ୍ଭବ ହୋଇନଥିଲା । ପରେ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯିବା ସହ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା । ଏହି ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ଅପରାଜେୟ ଅଷ୍ଟ୍ରେଲିଆ ପରେ ଦ୍ବିତୀୟ ଟିମ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି ।

ଅନ୍ୟପଟେ ୭ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ଭାରତକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛି । ମାତ୍ର ଏବେବି କାରବିୟନ ଟିମର ସେମି ଟିକେଟ ପକ୍କା ହୋଇନାହିଁ । ଇଣ୍ଡିଜର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଥିବାବେଳେ ଭାରତ ଓ ଇଂଲଣ୍ଡ ତାଙ୍କର ପରବର୍ତ୍ତୀ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟ ସହିତ ପଏଣ୍ଟକୁ ଅତିକ୍ରମ ନ କରିବା ଆଶାରେ ରହିବ ଟିମ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.