ETV Bharat / sports

Women World Cup: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ

author img

By

Published : Mar 7, 2022, 7:39 PM IST

ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍‌ର ସୁଜି ବେଟ୍‌ସଙ୍କ ୭୯ ରନ୍‌ର ଦମଦାର ଇଂନିସ ବଳରେ ସୋମବାର ଚଳିତ ଆଇସିସି ମହିଳା କ୍ରିକେଟ ବିଶ୍ବକପରେ ବାଲାଂଦେଶକୁ ହରାଇଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

WOMEN WORLD CUP NEW ZEALAND WOMEN WON BY 9 WKTS
Women World Cup: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ: ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍‌ର ସୁଜି ବେଟ୍‌ସଙ୍କ ୭୯ ରନ୍‌ର ଦମଦାର ଇଂନିସ ବଳରେ ସୋମବାର ଚଳିତ ଆଇସିସି ମହିଳା କ୍ରିକେଟ ବିଶ୍ବକପରେ ବାଲାଂଦେଶକୁ ହରାଇଛି ନ୍ୟୁଜିଲାଣ୍ଡ । ୟୁନିଭରସିଟି ଓଭଲରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ୩୪ ବର୍ଷୀୟ ବେଟ୍‌ସ ୭୯ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫଳରେ ୧୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ୭ ଓଭର ପୂର୍ବରୁ ହାସଲ କରିନେଇଥିଲା କିୱି ଟିମ ।

ୱେଷ୍ଟଇଣ୍ଡିଜ ଠାରୁ ୩ ରନ୍‌ରେ ଶେଷ ଓଭରରେ ପରାଜୟ ପରେ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ବିଜୟ । ବର୍ଷା କାରଣରୁ ମ୍ୟାଚ୍‌ର ଓଭର ସଂଖ୍ୟାକୁ ୨୭କୁ କମାଇ ଦିଆଯାଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଥିଲା । ପରେ ସୁଜି ବେଟ୍‌ସ ଓ ଆମେଲିୟା କେର ଘରୋଇ ଟିମକୁ ବିଜୟୀ କରାଇଥିଲେ । ଏହି ବିଜୟ ସହିତ ଭାରତ ଓ ଦକ୍ଷିଣ ଆଫ୍ରିକା ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯାଇଛି । ଅନ୍ୟପଟେ ବାଂଲାଦେଶ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହେବାସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ସନ୍ତୁଷ୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.