ETV Bharat / sports

ହଂକଂ ମ୍ୟାଚ ପାଇଁ ବିରାଟଙ୍କ ୱର୍କ ଆଉଟ

author img

By

Published : Aug 30, 2022, 10:34 PM IST

ଭାରତ ଆସନ୍ତାକାଲି ( ବୁଧବାର ) ହଂକ ବିରୋଧରେ ( India vs Hong Kong ) ଦ୍ବିତୀୟ ମ୍ୟାଚ ଖେଳିବ । ଫିଲ୍ଡରେ ଭଲ ଫର୍ମ ନେଇ ବିରାଟ ( Virat Kohli ) ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ଜିମରେ ୱର୍କ ଆଉଟ କରିବା ନେଇ ସେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ହଂକଂ ମ୍ୟାଚ ପାଇଁ ବିରାଟଙ୍କ ୱର୍କ ଆଉଟ
ହଂକଂ ମ୍ୟାଚ ପାଇଁ ବିରାଟଙ୍କ ୱର୍କ ଆଉଟ

ହାଇଦ୍ରାବାଦ: ପ୍ରାୟ ମାସେ ପରେ ଦଳକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) । ଏସିଆ କପ ( Asia Cup 2022 ) ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟଙ୍କ ବ୍ୟାଟରୁ ସୁହାଇଲା ଭଳି ରନ ବାହାରିବା ପରେ ସେ ଆଉଟ ହୋଇଯାଇଥିଲେ । ଭାରତ ଆସନ୍ତାକାଲି ( ବୁଧବାର ) ହଂକ ବିରୋଧରେ ( India vs Hong Kong ) ଦ୍ବିତୀୟ ମ୍ୟାଚ ଖେଳିବ । ଫିଲ୍ଡରେ ଭଲ ଫର୍ମ ନେଇ ବିରାଟ ଆରମ୍ଭ କରି ଦେଇଛନ୍ତି । ଜିମରେ ୱର୍କ ଆଉଟ କରିବା ନେଇ ସେ ନଜର ଆସିଛନ୍ତି ।

ନିକଟରେ ବିରାଟ ଖରାପ ଫର୍ମ ନେଇ ବହୁ ଆଲୋଚନାର ଶିକାର ହୋଇଥିଲେ । ଯେଉଁ କାରଣରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିଲା । ଜୁଲାଇରେ ଇଂଲଣ୍ଡ ଗସ୍ତ ପରେ ବିରାଟ ଦଳରୁ ବାଦ ପଡିଥିଲେ । ଭାରତ ଖେଳି ଥିବା ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବିରାଟ ଦଳରୁ ବାଦ ରହିଥିଲେ । ପ୍ରାୟ ଏକ ମାସ ପରେ ଏସିଆ କପରେ ବିରାଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ଖେଳିଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ଭଲ ପାଳି ଆରମ୍ଭ କରି ଆଉଟ ହୋଇ ଯାଇଥିଲେ । ୩୪ ବଲରୁ ବିରାଟ ୩୫ ରନର ଇନିଂସ ଖେଳି ଆଉଟ ହୋଇଯାଇଥିଲେ । ଅଗଷ୍ଟ ୩୧ ତାରିଖରେ ଗ୍ରୁପ ଏରେ ଭାରତ ହଂକଂ ମୁହାଁମୁହିଁ ହେବେ । ଏନେଇ ବିରାଟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ( ମଙ୍ଗଳବାର ) ଜିମରେ ଝାଳ ବୁହାଇ ୱର୍କଆଉଟ କରିବାରେ ନଜର ଆସିଛନ୍ତି ବିରାଟ କୋହଲି । ତାଙ୍କର ଅନ୍ଦାଜରୁ ଲାଗୁଥିଲା ସେ ହଂକଂ ମ୍ୟାଚ ପାଇଁ ବିଲକୁଲ ତୈୟାର ରହିଛନ୍ତି ।

ମ୍ୟାନ ଇନ ବ୍ଲୁ ବାବର ଆଜମଙ୍କ ଟିମକୁ ପ୍ରଥମ ମ୍ୟାଚରେ ପରାଜିତ କରିଥିବା ବେଳେ ସେପଟେ ବିରାଟ କୋହଲିଙ୍କ ପାକିସ୍ତାନର ଫାଷ୍ଟ ବୋଲର ହାରିସ ରଉଫଙ୍କୁ ଟିମ ଇଣ୍ଡିଆର ଏକ ହସ୍ତାକ୍ଷର ଜର୍ସି ଉପହାର ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ତେବେ ଏହାର ଭିଡିଓକୁ BCCI ଟ୍ବିଟରରେ ପୋଷ୍ଟ କରାଯାଇଛି । ପାକିସ୍ତାନର ଫାଷ୍ଟ ବୋଲରଙ୍କୁ ଭାରତର ଜର୍ସି ଉପହାର ଦେବା ସମୟରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ଏକ ଭିଡିଓ ପୋଷ୍ଟ କରାଯାଇଛି । ସେଥିରେ ଲେଖାଯାଇଛି "ଖେଳ ଶେଷ ହୋଇପାରେ ହେଲେ ଏଭଳି ମୁହୂର୍ତ୍ତ ସବୁବେଳେ ଉଜ୍ବଳ ହୋଇ ରହିବ ।" ରବିବାର ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.