ETV Bharat / sports

ଏସିଆ କପ ଖେଳିନପାରନ୍ତି ଶ୍ରେୟାସ, ଜାଣନ୍ତୁ କାରଣ

author img

By

Published : Jun 26, 2023, 4:54 PM IST

ଏସିଆ କପ ଖେଳି ନପାରନ୍ତି ଭାରତୀୟ ଷ୍ଟାର ବ୍ୟାଟର ଶ୍ରେୟାସ ଆୟର । ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇନଥିବାରୁ ସେ ଆସନ୍ତା ଏସିଆ କପ ଖେଳିବାର ସମ୍ଭାବନା କମ ଦେଖାଦେଇଛି ।

Shreyas Iyer Likely to Miss Asia Cup
ଏସିଆ କପ ଖେଳିନପାରନ୍ତି ଶ୍ରେୟାସ

ନୂଆଦିଲ୍ଲୀ: ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଏସିଆ କପରୁ ବାଦ ପଡିପାରନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟର । ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇନଥିବାକୁ ସେ ଆସନ୍ତା ଏସିଆ ଖେଳିବା ନେଇ ଅଶାଙ୍କା ଉପୁଜିଛି । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନସିଏରେ ଫିଟନେସ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ଯାଟର ଆୟର । ଏ ଯାଏଁ ସେ ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି । ଅସ୍ତ୍ରୋପଚାର ପରେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି ।

ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି ଆୟାର । ଅସ୍ତ୍ରୋପଚାର ପରେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ଗତ ଏପ୍ରିଲ ମାସରେ ସେ ଲଣ୍ଡନର ଏକ ହସ୍ପିଟାଲରେ ପିଠିର ଅସ୍ତ୍ରୋପଚାର କରିଥିଲେ । ପିଠି ସମସ୍ୟା ଏବେ ବି ତାଙ୍କ ପାଇଁ ବାଧକ ସାଜିଛି । ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଯିବା ଆଶା ରଖିଥିଲେ ମାତ୍ର ତାହା ହୋଇନାହିଁ । ଏବେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସୁସ୍ଥ ହେବାକୁ ଶ୍ରେୟାସଙ୍କୁ ଆଉ କିଛି ସମୟ ଲାଗିପାରେ । ଏସିଆ କପ ପୂର୍ବରୁ ଯଦି ସେ ସମୂର୍ଣ୍ଣ ସୁସ୍ଥ ନ ହୁଅନ୍ତୁ ତେବେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇପାରେ । ଦିନିକିଆ ବିଶ୍ବକପ ପୂର୍ବରୁ ସେ ଫିଟି ହେବା ସମ୍ଭାବନା ରହିଛି । ଅଗଷ୍ଟରୁ ସେପ୍ଚେମ୍ବର ମଧ୍ୟରେ ଏସିଆ କପ ଖେଳାଯିବା ନେଇ କ୍ରୀଡାସୂଚୀ ରହିଛି । ବିଶ୍ବକପକୁ ଆହୁରି 5 ମାସ ରହିଛି । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦିନିିକିଆ ବିଶ୍ବକପ ଖେଳାଯିବ ।

ଏହା ବି ପଢନ୍ତୁ...WFI Controversy: ଏଥର ରାସ୍ତାରେ ନୁହେଁ କୋର୍ଟରେ ଲଢିବେ କୁସ୍ତିଯୋଦ୍ଧା

ଏହା ବି ପଢନ୍ତୁ...WFI Elections: ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ, 11 ଜୁଲାଇରେ ହୋଇଥାନ୍ତା ନିର୍ବାଚନ

ଚଳିତ ବର୍ଷ ମାର୍ଚ୍ଚରେ ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରୁ କ୍ରିକେଟ ଦଳରୁ ବାଦ ପଡିଛନ୍ତି ଶ୍ରେୟାର ଆୟର । ହଠାତ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କର ସ୍କାନ କରାଯାଇଥିଲା । ବର୍ଡର ଗାଭାସ୍କର ଚତୁର୍ଥ ଟେଷ୍ଟ ବା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ନଜର ଆସିନଥିଲେ । ସେବେଠୁ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଆଇପିଏଲ ମଧ୍ୟ ଖେଳିନାହାନ୍ତି । କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦାୟିତ୍ବ ତୁଲାଉଥିବା ଶ୍ରେୟାସ ଆୟରଙ୍କ ସ୍ଥାନରେ ନୀତିଶ ରଣାଙ୍କୁ ଦାୟିତ୍ବ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.