ETV Bharat / sports

Ind-Eng 2nd ODI: ସିରିଜ କବ୍ଜା ଲକ୍ଷ୍ୟରେ ଭାରତ

author img

By

Published : Jul 14, 2022, 10:19 AM IST

Updated : Jul 14, 2022, 11:36 AM IST

ଆଜି (ଗୁରୁବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଅଧିକ ପଢନ୍ତୁ

Ind-Eng 2nd ODI: ସିରିଜ କବାଜ ଲକ୍ଷ୍ୟରେ ଭାରତ
Ind-Eng 2nd ODI: ସିରିଜ କବାଜ ଲକ୍ଷ୍ୟରେ ଭାରତ

ଲଣ୍ଡନ: ଆଜି (ଗୁରୁବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ । ଓଭାଲ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଜିତିବା ପରେ ଦ୍ବିତୀୟ ମ୍ୟାଚକୁ ଜିତି ସରିଜ କବ୍ଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସେପଟେ ବଟଲର ବାହିନୀଙ୍କୁ ବୁମରାଙ୍କ ବୋଲିଂ ଚିନ୍ତାରେ ପକାଇଛି । ପ୍ରଥମ ମ୍ୟାଚରେ ବୁମରା ବିସ୍ଫୋରକ ବୋଲିଂ ପାଇଁ ଦଳ ପରାସ୍ତ ହୋଇଥିଲା । ଆଜି ପୂର୍ବ ମ୍ୟାଚର ସମସ୍ତ ତ୍ରୁଟି ସୁଧାରି ଦଳ ଭଲ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।

ଇଂଲଣ୍ଡ ବିପକ୍ଷ ଟି-20 ସିରିଜକୁ ନିଜ ନାମରେ କରି ନେଇଛି ଭାରତ । ସେହିପରି ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରି 1-0ରେ ଆଗୁଆ ରହିଛି ଭାରତ । ଓଭାଲ ଗ୍ରାଉଣ୍ଡ ଭଳି ଲର୍ଡ୍ସରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ପ୍ରଥମ ଦିନିକିଆରେ ବୁମରାଙ୍କ ଘାତକ ବୋଲିଂ ପରେ ଇଂଲଣ୍ଡ ବ୍ୟାଟରଙ୍କ ନିଦ ଉଡିଯାଇଛି । ବୁମରା 19 ରନ ଦେଇ 6 ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି ମଧ୍ୟ ଫୁଲ ଫର୍ମରେ ଅଛନ୍ତି । ତାଙ୍କ ବୋଲିଂଙ୍କୁ ସାମ୍ନା କରିବାକୁ ବିଫଳ ହୋଇଥିଲେ ବଟଲର ବାହିନୀ ବ୍ୟାଟର । ଆଜି ମଧ୍ୟ ଏହି ଦୁଇ ବୋଲରଙ୍କ ସମାନ ବୋଲିଂ ଆଶା ରଖିଛନ୍ତି ଫ୍ୟାନ୍ସ । ଭାରତୀୟ ଦଳରେ ଆହତ ସମସ୍ୟା ଲାଗିିଥିବାରୁ ଆଜି ମଧ୍ୟ କୋହଲି ନ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦଳର ଯୁବ ଖେଳାଳିଙ୍କ ପ୍ରଦର୍ଶନ ଭଲ ଥିବାରୁ ବିଜୟ ଆଶା ଦେଖାଯାଉଛି ।

ସେପଟେ ଇଂଲଣ୍ଡ ଆଜିର ମ୍ୟାଚ ଜିତିବାକୁ ଫୁଲ ପ୍ରସ୍ତୁତ ରହିଛି । ବିଶେଷ କରି ବୁମରାଙ୍କୁ ସାମ୍ନା କରିବା ଇଂଲଣ୍ଡର ଷ୍ଟାର ବ୍ୟାଟର କିଛି ସ୍ବତନ୍ତ୍ର ଯୋଜନା କରିଥିବା ଅନୁମାନ କରାଯାଉଛି । ପ୍ରଥମ ମ୍ୟାଚରେ ଖାତା ଖୋଲିନଥିବା ଜାସନ ରୟ, ରୁଟ, ଷ୍ଟୋକ୍ସ, ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ଆଜି ଦକ୍ଷତା ଦେଖାଇବାକୁ ହେବ । ଲର୍ଡ୍ସ ପିଚ ପେସ ବୋଲରଙ୍କୁ ସୁହାଇବ ତେଣୁ ପେସ ବୋଲରଙ୍କୁ ସାମ୍ନା କରିବାକୁ ଫୁଲ ପ୍ରସ୍ତୁତ ବଟଲର ବାହିନୀ ।

Last Updated : Jul 14, 2022, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.