ETV Bharat / sports

ଖେଳଠୁ ବାହାରେ ଆମ ବନ୍ଧୁତା, ସର୍ବଦା ରହିବ: Kohli

author img

By

Published : Nov 19, 2021, 6:43 PM IST

ଡିଭିଲିୟର୍ସଙ୍କୁ ଜୀବନରେ ଭେଟିଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଅଧିକ 'ପ୍ରେରଣାଦାୟୀ' ବ୍ୟକ୍ତିତ୍ବ କହିଲେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ

'Our bond is beyond the game and will always be': Kohli to De Villiers
ଖେଳଠୁ ବାହାରେ ବନ୍ଧୁତା ଆମର, ସର୍ବଦା ରହିବ: ବିରାଟ କୋହଲି

ନୂଆଦିଲ୍ଲୀ: ଏବି ଡିଭିଲିୟର୍ସଙ୍କ ଉଦ୍ଦେଶ୍ୟରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) କ୍ୟାପଟେନ ବିରାଟ କୋହଲିଙ୍କ ବଡ ବୟାନ । ଡିଭିଲିୟର୍ସଙ୍କୁ ଜୀବନରେ ଭେଟିଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଅଧିକ 'ପ୍ରେରଣାଦାୟୀ' ବ୍ୟକ୍ତିତ୍ବ କହିଛନ୍ତି ବିରାଟ ।

  • To the best player of our times and the most inspirational person I've met, you can be very proud of what you've done and what you've given to RCB my brother. Our bond is beyond the game and will always be.

    — Virat Kohli (@imVkohli) November 19, 2021 " class="align-text-top noRightClick twitterSection" data=" ">

ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ୟାପଟେନ ଏବି ଡିଭିଲିୟର୍ସ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଡିଭିଲିୟର୍ସଙ୍କ ଉଦ୍ଦେଶ୍ୟରେ RCB ସାଥୀ ଖେଳାଳି କୋହଲି କହିଛନ୍ତି, "ଆମର ବନ୍ଧୁତା ଖେଳଠୁ ବାହାରେ, ଏହା ସର୍ବଦା ରହିବ ।"

ଆମ ସମୟର ଶ୍ରେଷ୍ଠ ଖେଳାଳି, ସବୁଠୁ ଅଧିକ ପ୍ରେରଣାର ଉତ୍ସ ପାଲଟିଥିବା ବ୍ୟକ୍ତିତ୍ବ । RCB ପାଇଁ ତୁମେ ଯାହା କିଛି କରିଛି ସେଥିପାଇଁ ଅତ୍ୟନ୍ତ ଗର୍ବିତ ହେବ ।"

ଏଥିହସ କୋହଲି, ଡିଭିଲିୟର୍ସଙ୍କ ଅବସର ଖବରରେ ଦୁଃଖିତ ବୋଲି ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି କୋହଲି । ତେବେ ନିଜ ପାଇଁ ଓ ପରିବାର ପାଇଁ ନେଇଥିବା ଏହି କଟିନ ନିଷ୍ପତ୍ତି ପାଇଁ କୋହଲି ଧନ୍ୟବାଦ ଜଣାଇଛନ୍ତି ଓ ବନ୍ଧୁତ୍ବ ସବୁଦିନ ରହିବ ବୋଲି କହିଛନ୍ତି ।

  • This hurts my heart but I know you've made the best decision for yourself and your family like you've always done. 💔I love you 💔 @ABdeVilliers17

    — Virat Kohli (@imVkohli) November 19, 2021 " class="align-text-top noRightClick twitterSection" data=" ">

ବର୍ଷ ୨୦୧୧ରେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟର ଡିଭିଲିୟର୍ସଙ୍କ RCB କ୍ୟାରିୟର ଆରମ୍ଭ ହୋଇଥିଲା । ୧୦ଟି ସଂସ୍କରଣ ଖେଳିଥିବାବେଳେ, ତାଙ୍କ ସମୟରେ ଟିମର ୫ଟି ପ୍ଲେଅଫ୍‌ ପ୍ରବେଶରେ ପ୍ରମୁଖ ଯୋଗଦାନ ରହିଛି ।

IPLରେ ଏବି ଡି ଭିଲିୟର୍ସ ୧୫୬ଟି ମ୍ୟାଚ୍‌ RCB ପାଇଁ ଖେଳିଛନ୍ତି ଓ ୪,୪୯୧ ରନ୍‌ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ RCB ଇତିହାସରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ ମଧ୍ୟ ତାଙ୍କ ନାମରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅପରାଜିତ ୧୩୩ ରନ୍‌(୨୦୧୫) ଓ ଗୁରୁରାଜ ଲାୟନ୍ସ ବିପକ୍ଷରେ(୨୦୧୬) ଅପରାଜିତ ୧୨୯ ରନ୍‌ର ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.