ETV Bharat / sports

WTC ଫାଇନାଲ: ମାକ୍ୟୁଲମଙ୍କ ମତରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ

author img

By

Published : May 31, 2021, 8:43 PM IST

ସାଉଥାମ୍ପଟନରେ ଜୁନ 18ରୁ ଆରମ୍ଭ ହେବାକୁ ଯାଉଥିବା WTC ଫାଇନାଲରେ ଇଂଲିସ ପରିବେଶ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ । ଏହା କହିଛନ୍ତି, ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ । ଅଧିକ ପଢନ୍ତୁ...

NZ will have edge over India in WTC final: Brendon McCullum
WTC ଫାଇନାଲ: ମାକ୍ୟୁଲମଙ୍କ ମତରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ

ଲଣ୍ଡନ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲା ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ସାଉଥାମ୍ପଟନରେ ଜୁନ 18ରୁ ଆରମ୍ଭ ହେବାକୁ ଯାଉଥିବା WTC ଫାଇନାଲରେ ଇଂଲିସ ପରିବେଶ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ । ସୋମବାର ଏହା କହିଛନ୍ତି, ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ ।

ମାକ୍ୟୁଲମ କହିଛନ୍ତି, "ଭାରତକୁ ସର୍ବଦା ସମ୍ମାନ କରେ ନ୍ୟୁଜିଲାଣ୍ଡ । ଜଣେ ପ୍ରଶଂସକ ଭାବେ ମୁଁ ମଧ୍ୟ ଭାରତକୁ ସମ୍ମାନ କରେ । ଭାରତର ଲଢେଇ କରିବାର କୌଶଳ ଓ ଚାପରେ ଖେଳିବାର ଅଭିଜ୍ଞତା ସମସ୍ତଙ୍କୁ ଜଣା । ତେବେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ମାତ୍ର ନ୍ୟୁଜିଲାଣ୍ଡ ସପକ୍ଷରେ 60-40 ପ୍ରତିଶତ ରହିଛି ।"

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଯେଉଁ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରିବ ବିଜୟୀ ହେବ । କ୍ରିକେଟର ବିଜୟ ହେବ । ନ୍ୟୁଜିଲାଣ୍ଡ ପକ୍ଷରୁ 101ଟି ଟେଷ୍ଟ ଖେଳିଥିବା ଓ ତ୍ରିଶତକ କ୍ଳବରେ ସାମିଲ ଥିବା ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ ଏହା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.