ETV Bharat / sports

ଅଷ୍ଟ୍ରେଲିଆରେ ପ୍ରସାରଣ ହେବନି ଭାରତ-ନ୍ୟୁଜିଲାଣ୍ଡ WTC ଫାଇନାଲ ମ୍ୟାଚ୍‌

author img

By

Published : Jun 9, 2021, 7:22 PM IST

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା WTC ଫାଇନାଲ ମ୍ୟାଚ୍‌ ଟିଭି ପରଦାରେ ଦେଖିବାକୁ ବିଶ୍ବତମାମର କ୍ରିକେଟ ପ୍ରେମୀ ବ୍ୟଗ୍ର ଥିବାବେଳେ ନିରାଶ ହେବେ ଅଷ୍ଟ୍ରେଲୀୟ ପ୍ରଶଂସକ । ଅଧିକ ପଢନ୍ତୁ...

No broadcaster to show India-New Zealand WTC final in Australia
ଅଷ୍ଟ୍ରେଲିଆରେ ପ୍ରସାରଣ ହେବନି ଭାରତ-ନ୍ୟୁଜିଲାଣ୍ଡ WTC ଫାଇନାଲ ମ୍ୟାଚ୍‌

ସିଡନୀ: କ୍ରିକେଟ ଖେଳୁଥିବା ସମସ୍ତ ଦେଶର ପ୍ରଂଶସକ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା WTC ଫାଇନାଲ ମ୍ୟାଚ ଟିଭି ପରଦାରେ ଦେଖିବାକୁ ବ୍ୟଗ୍ର ଥିବାବେଳେ ନିରାଶ ହେବେ ଅଷ୍ଟ୍ରେଲୀୟ ପ୍ରଶଂସକ । ଏହି ମ୍ୟାଚରେ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ ନିର୍ଣ୍ଣୟ ହେବ । ମାତ୍ର ଅଷ୍ଟ୍ରେଲୀୟ କ୍ରିକେଟ ପ୍ରେମୀ ଏହି ମ୍ୟାଚ ଦେଖିବାକୁ ବଞ୍ଚିତ ହେବେ । କାରଣ କୌଣସି ପ୍ରସାରଣକାରୀ ସଂସ୍ଥା ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆରେ ପ୍ରସାରଣ କରିବାକୁ ନାହାନ୍ତି ।

ଆସନ୍ତା ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା । ଏକ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଠାରୁ ଅଷ୍ଟ୍ରେଲିଆରେ WTC ଫାଇନାଲ ମ୍ୟାଚର ପ୍ରସାରଣ ମାନ୍ୟତା କୌଣସି ପ୍ରସାରଣ ସଂସ୍ଥା ହାସଲ କରିନାହାନ୍ତି । ଆଇସିସି ମଧ୍ୟ ଏନେଇ କୌଣସି ଚୁକ୍ତି ହୋଇନଥିବା ସ୍ପଷ୍ଟ କରିଛି, ତେବେ ଆଗାମୀ ଦିନରେ ଏହି ସମସ୍ୟା ଦୂର ହେବାନେଇ ଆଶାବାଦୀ ରହିଛି ।

ଆଇସିସିର ବ୍ରଡକାଷ୍ଟ ପାର୍ଟନର ରହିଥିବା ଷ୍ଟାର ସ୍ପୋର୍ଟ୍ସ ଗ୍ଲୋବାଲ ବ୍ରଡକାଷ୍ଟ ନେଟୱର୍କକୁ ପରିଚାଳନା କରୁଛି । WTC ଫାଇନାଲ ଗୋଟିଏ ମ୍ୟାଚ ହୋଇଥିବାରୁ ବିଶ୍ବ ତମାମ ଏହି ମ୍ୟାଚ୍‌ର ପ୍ରସାରଣ ନେଇ ଦାୟିତ୍ବ ନେଇନାହିଁ ଚ୍ୟାନେଲ୍‌ ।

WTC ଫାଇନାଲ ମ୍ୟାଚର ପ୍ରସାରଣ ମାନ୍ୟତା ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ଷ୍ଟାର ଇଣ୍ଡିଆକୁ ମିଳିଛି । ଇଂଲଣ୍ଡରେ ସ୍କାଏ, ଦକ୍ଷିଣ ଆଫ୍ରିକାରେ ସୁପରସ୍ପୋର୍ଟ୍ସ ଓ ନ୍ୟୁଜିଲାଣ୍ଡରେ ସ୍କାଏ ନ୍ୟୁଜିଲାଣ୍ଡ ପ୍ରସାରଣ ମାନ୍ୟତା ଲାଭ କରିଛି ।

ଭାରତ 3-1ରେ ଇଂଲଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ WTC ଫାଇନାଲ ଦୌଡରୁ ବାଦ୍‌ ପଡିଥିଲା । ଏହାପୂର୍ବରୁ ଭାରତରୁ ହାରିଥିଲା ଅଷ୍ଟ୍ରେଲିଆ ଓ କୋଭିଡ-19 କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଥିଲା । ଫଳରେ ଫାଇନାଲ ଟିକେଟ ହାସଲ କରିବାକୁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.