ETV Bharat / sports

ରୋହିତ ଶର୍ମା ପ୍ରଥମ ୧୦ ଓଭରରେ ମ୍ୟାଚ୍‌ ପଲଟେଇ ଦିଅନ୍ତି: ଆକାଶ ଚୋପ୍ରା

author img

By ETV Bharat Odisha Team

Published : Nov 16, 2023, 9:51 PM IST

ଇନିଂସର ପ୍ରଥମ ୧୦ ଓଭରରେ ଆଟାକିଂ ବ୍ୟାଟିଂ କରୁଛନ୍ତି ହିଟମ୍ୟାନ । ଏଣୁ ରୋହିତ ପ୍ରଥମ ୧୦ ଓଭରର ମ୍ୟାଚ୍‌ ପଲଟେଇ ଦେଉଥିବା କହି ପ୍ରଶଂସା କଲେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ଅଧିକ ପଢନ୍ତୁ

Aakash chopra on Rohit Sharma
Aakash chopra on Rohit Sharma

ମୁମ୍ବାଇ: ଭାରତ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲରେ ପ୍ରବେଶ କରିଛି । ଏଯାବତ ଟିମ ଇଣ୍ଡିଆ ସମସ୍ତ ୧୦ଟି ମ୍ୟାଚ୍‌ରେ ଅପରାଜେୟ ରହିଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିନିଧିତ୍ବକୁ ବେଶ ପ୍ରଶଂସା କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ହିଟମ୍ୟାନ ନିଜ ବ୍ୟକ୍ତିଗତ ସ୍କୋରକୁ ଧ୍ୟାନ ନ ଦେଇ ଟିମକୁ ଏକ ଭଲ ଆରମ୍ଭ ଦେବାରେ ଲକ୍ଷ୍ୟ ରଖିଛନ୍ତି । ଏହି ରଣନୀତି ବଜାୟ ରଖି ରୋହିତ ଇନିଂସର ପ୍ରଥମ ୧୦ ଓଭରରୁ ଆଟାକିଂ ବ୍ୟାଟିଂ କରୁଛନ୍ତି । ଫଳରେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ବିନା ଚାପରେ ଭଲ ପ୍ରଦର୍ଶନ କରୁଛନ୍ତି । ଏଣୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏଥିଲାଗି ରୋହିତଙ୍କୁ ବେଶ ପ୍ରଶଂସା କରିଛନ୍ତି ।

  • People Are Already Praising Rohit As The Captain, Leader, Legend

    Aakash Chopra Talking About Legacy Of Rohit Sharma As Captain In CWC23 & Destructive Batsman Of World Cup ♥️♥️

    Rohit Sharma Is The Legend 👏

    - aakash Chopra (YT)#RohitSharma𓃵 #INDvsNZ pic.twitter.com/tqz1Agxddr

    — Tejas Thorat (@Tejas_thorat45) November 16, 2023 " class="align-text-top noRightClick twitterSection" data=" ">

ଭାରତ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ସେମି ଫାଇନାଲରେ ମଧ୍ୟ ରୋହିତ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ । ସମସ୍ତ ବୋଲରଙ୍କୁ ଆଟାକ୍‌ କରିଥିଲେ । ଏଣୁ ପ୍ରଥମ ୧୦ ଓଭର ବେଶ ପ୍ରଭାବଶାଳୀ ରହିଥିଲା । ରୋହିତ ୨୯ ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ମାରି ମୋଟ ୪୭ ରନ୍ କରିଥିଲେ । ଏହାପରେ ବାଉଣ୍ଡାରି ମାରିବା ସମୟରେ କ୍ୟାଚ୍‌ ଆଉଟ୍‌ ହୋଇଥିବା ଦେଖିବାକୁ ମିଳିଥିଲା । ରୋହିତ ଅର୍ଦ୍ଧଶତକ ହାସଲ କରିନଥିଲେ ସୁଦ୍ଧା ଭାରତର ବ୍ୟାଟିଂ ମୂଳଦୁଆକୁ ଦୃଢ କରିଥିଲେ । ଯାହାର ପୁରା ଫାଇଦା ଉଠାଇଥିଲେ ଗିଲ୍‌, ବିରାଟ ଓ ଆୟର । ବିନା ଚାପରେ ଅନ୍ୟ ବ୍ୟାଟର ବୋଲିଂ କରି ନ୍ୟୁଜିଲାଣ୍ଡକୁ ୩୯୭ର ବିଶାଳ ଟାର୍ଗେଟ ଦେଇଥିଲେ ।

ଏହା ବି ପଢନ୍ତୁ- ହିଟମ୍ୟାନଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଇଂଲଣ୍ଡ କ୍ୟାପ୍ଟେନ, କହିଲେ ରୋହିତ ଭାରତର ରିଅଲ ହିରୋ

ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ରୋହିତଙ୍କ ଏହି ଆଟାକିଂ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ସେ କହିଛନ୍ତି, "ରୋହିତ ଶର୍ମାଙ୍କ ଦୃଷ୍ଟିକୋଣ ସେତେବେଳେ ଜଣାପଡ଼େ ଯେତେବେଳେ ବିପକ୍ଷ ଟିମ ଟାର୍ଗେଟର ନିକଟତର ହୋଇଥାଏ । ରୋହିତ ଏକ ବିଶେଷ ଲକ୍ଷ୍ୟ ନେଇ ଭାରତୀୟ ପାରିର ଆରମ୍ଭ କରିଥାନ୍ତି । ମ୍ୟାଚ୍‌ ଆରମ୍ଭରୁ ସେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଏକ ଭଲ ଆରମ୍ଭ ଟିମକୁ ଦେଇଥାନ୍ତି । ଯେତେବେଳେ ଗତକାଲି (ବୁଧବାର) ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ବାକି ମ୍ୟାଚ୍‌ରେ ଖେଳୁଥିଲେ ଏହି ରଣନୀତି ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । "

କେବଳ ଗୋଟିଏ ମ୍ୟାଚ୍‌ ଥିଲା ଯେଉଁଥିରେ ସେ ୱିକେଟକୁ ଜଗିକି ବ୍ୟାଟିଂ କରିଥିଲେ । ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବ୍ୟାଟିଂ ଟପ୍‌ ଅର୍ଡରର ପତନ ପରେ ସେ ଧିମା ବ୍ୟାଟିଂ କରିଥିଲେ । କାରଣ ଏଠାରେ ଭାରତ ୩ଟି ୱିକେଟ ହରାଇଥିଲେ । ଏହା ବ୍ୟତୀତ ରୋହିତଙ୍କୁ ସମସ୍ତ ମ୍ୟାଚ୍‌ରେ ଆଟାକିଂ ମୋଡରେ ଦେଖିବାକୁ ମିଳିଥିଲା । ରୋହିତ ପ୍ରଥମ ୧୦ ଓଭରରେ ଗେମକୁ ଅନ୍ୟ ସ୍ତରକୁ ନେଇଯାଇଥାନ୍ତି । ଯାହାଦ୍ବାରା ଟିମକୁ ଏକ ଭଲ ଆରମ୍ଭ ମିଳିଥାଏ । ସେମିରେ ରୋହିତଙ୍କ ଏହି ଆଭିମୁଖ୍ୟ ଯୋଗୁଁ ଗିଲ୍‌ଙ୍କୁ ସେଟ୍‌ ହେବାକୁ ସମୟ ମିଳିବା ସହିତ ବିରାଟ ମଧ୍ୟ ଭଲ ପ୍ରଦର୍ଶନ କରିପାରିଥିବା କହିଛନ୍ତି ଆକାଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.