ETV Bharat / sports

ଦୂତୀଙ୍କ ବ୍ୟାଟ୍‌ର ଅବତାର, ଗିନିଜ ଓ୍ୱାର୍ଲ୍ଡ ରେକର୍ଡ କଲେ RCB ଫ୍ୟାନ୍ସ

author img

By

Published : May 20, 2022, 4:00 PM IST

ନୂଆ ଗିନିଜ ବିଶ୍ବ ରେକର୍ଡର ଅଧିକାରୀ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାନ୍ସ । ଗୋଟିଏ ଘଣ୍ଟାରେ ୱିକେଟ ମଧ୍ୟରେ ଦୌଡି ସର୍ବାଧିକ ରନ୍‌ କରିବାରେ ବିଶ୍ବ ରେକର୍ଡ କରିଛନ୍ତି RCB ଫ୍ୟାନ୍ସ । ଅଧିକ ପଢନ୍ତୁ

RCB fans create Guinness World Record for maximum runs between the wickets in one hour
ଦୂତୀଙ୍କ ବ୍ୟାଟ୍‌ର ଅବତାର, ଗିନିଜ ବିଶ୍ବ ରେକର୍ଡ କଲେ RCB ଫ୍ୟାନ୍ସ

ବେଙ୍ଗାଲୁରୁ: ନୂଆ ଗିନିଜ ବିଶ୍ବ ରେକର୍ଡର ଅଧିକାରୀ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ୟାନ୍ସ । ଗୋଟିଏ ଘଣ୍ଟାରେ ୱିକେଟ ମଧ୍ୟରେ ଦୌଡି(Maximum Runs Between the Wickets in One Hour) ସର୍ବାଧିକ ରନ୍‌ କରିବାରେ ବିଶ୍ବ ରେକର୍ଡ କରିଛନ୍ତି RCB ଫ୍ୟାନ୍ସ । ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଗଣିତ ଫ୍ୟାନ୍ସ ରହିଛନ୍ତି । ତେବେ ବେଙ୍ଗାଲୁରୁର ଜୟମହଲ ପ୍ୟାଲେସ୍‌ ପକ୍ଷରୁ RCB ଫ୍ୟାନ୍ସଙ୍କ ମଧ୍ୟରେ ଏକ ନିଆରା ପ୍ରତିଯୋଗିତା କରାଯାଇଥିଲା । ୧୮୭ ଜଣ ସଦସ୍ୟ ବିଶିଷ୍ଟ ଏକ ବୃହତ RCB ଫ୍ୟାନ୍ସ ଗ୍ରୁପ ଏକାଠି ମିଶି ଏକ ନୂଆ ରେକର୍ଡ କରିଛନ୍ତି । ଭେନ୍ୟୁରେ ପ୍ରସ୍ତୁତ କରାଯାଇଥିବା ଏକ 22-yard କ୍ରିକେଟ ପିଚ୍‌ରେ ୮୨୩ ରନ୍‌ ସଂଗ୍ରହ କରି ଏହି ରେକର୍ଡ କରିଛନ୍ତି ।

ସୋସିଆଲ ମିଡିଆରେ ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ୧୦ଟି ଟିମର ତାଲିକା ମଧ୍ୟରୁ ପ୍ରଥମ ଟି୨୦ ରହିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫ୍ୟାନ୍ସଙ୍କ ପାଇଁ RCB ସର୍ବଦା କିଛି ନିଆରା ଅଭିଜ୍ଞତା ରଖିଥାଏ । ଏଥର କିନ୍ତୁ ସମସ୍ତଙ୍କୁ ଟପିଯିବା ସହ ଦେଶର ପ୍ରତିଷ୍ଠିତ ସ୍ପୋର୍ଟ୍ସ ଆଇକନ ଏସିଆନ ଗେମ୍ସ ପଦକ ବିଜେତା ଧାବିତା ଦୂତୀ ଚାନ୍ଦ ଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ହକି ଖେଳାଳି ରୁପିନ୍ଦର ପାଲ୍‌ ସିଂଙ୍କ ଉପସ୍ଥିତିରେ ବିଶ୍ବ ରେକର୍ଡ କରିଛନ୍ତି ।

ଏହି ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ରାଜେଶ ମେନନ କହିଛନ୍ତି, "ଷ୍ଟାଣ୍ଡରେ ଜର୍ସି ଠାରୁ ଆରମ୍ଭ କରି 12th ଆର୍ମି ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଡିବାକୁ ପ୍ରୟାସ ଜାରି ରଖିଛୁ ।" ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ପ୍ରଥମେ ଦୌଡିବା ସହ ବିଶ୍ବ ରେକର୍ଡ ପାଇଁ ଔପଚାରିକ ପ୍ରୟାସ ଆରମ୍ଭ କରିଥିଲେ । ପରେ ଫ୍ୟାନ୍ସ ସାମିଲ ହୋଇଥିଲେ । ଦୂତୀ କହିଛନ୍ତି, "ଏହି ଇଭେଣ୍ଟରେ ଅଂଶଗ୍ରହଣ କରି ଖୁସି ଅନୁଭବ କରୁଛି । ଏକ କ୍ରିକେଟ ପିଚ୍‌ରେ ଏପରି ଏକ ରେକର୍ଡ ହୋଇପାରିବ ବୋଲି କେବେ ଭାବିନଥିଲି । ତେବେ ଏହି ସ୍ପୋର୍ଟିଂ ଇଭେଣ୍ଟରେ ଅନେକ ଫ୍ୟାନ୍ସଙ୍କୁ ଦେଖି ଖୁସି ଲାଗୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.