ETV Bharat / sports

IPL 2022: ଆଇପିଏଲରେ ଆଜି କୋହଲି-ରୋହିତ ଲଢେଇ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

author img

By

Published : Apr 9, 2022, 7:28 PM IST

Updated : Apr 9, 2022, 8:28 PM IST

RCB କ୍ୟାପଟେନ ଫାଫ୍‌ ଡୁପ୍ଲେସିସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ । ଅଧିକ ପଢନ୍ତୁ

IPL 2022: Royal Challengers Bangalore opt to bowl against Mumbai Indians
IPL 2022: ଆଇପିଏଲରେ ଆଜି କୋହଲି-ରୋହିତ ଲଢେଇ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ପୁନେ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୧୮ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେବାର ଟ୍ରେଣ୍ଡ୍‌ ଏହି ମ୍ୟାଚ୍‌ରେ ମଧ୍ୟ ଦେଖିବାକୁ ମିଳିଛି । RCB କ୍ୟାପଟେନ ଫାଫ୍‌ ଡୁପ୍ଲେସିସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ ।

ମୁମ୍ବାଇ ଚୁଡାନ୍ତ ଏକାଦଶରେ ଦୁଇଟି ପରବର୍ତ୍ତନ କରିଥିବା ବେଳେ ଆରସିବି ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ମିଲ୍‌ସଙ୍କ ସ୍ଥାନରେ ଜୟଦେବ ଉନଦକତ୍‌ ଓ ଡାନିଲ ସାମ୍ସଙ୍କ ସ୍ଥାନରେ ରମଣଦୀପଙ୍କୁ ସାମିଲ ମିଳିଛି । ସେହିପରି ଆରସିବି ରଦରଫୋର୍ଡଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ବ୍ୟାଟ୍‌ର ଗ୍ଳେନ ମାକ୍ସୱେଲଙ୍କୁ ସାମିଲ କରିଛି ।

ଚୂଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍‌ ଡୁ ପ୍ଲେସିସ(କ୍ୟାପଟେନ୍‌), ଅନୁଜ ରାୱତ, ବିରାଟ କୋହଲି, ଗ୍ଳେନ ମାକ୍ସୱେଲ୍‌, ଶାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ(ୱିକେଟ କିପର), ଡେଭିଡ ୱିଲି, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ୍‌), ଇଶାନ କିଶନ(ୱିକେଟ କିପର), ଡେୱାଲ୍ଡ ବ୍ରେଭିସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରଣ ପୋଲାର୍ଡ, ରମଣଦୀପ ସିଂହ, ମୁରୁଗାଁ ଅଶ୍ବିନ, ଜୟଦେବ ଉନଦକତ୍‌, ଜଶପ୍ରୀତ ବୁମରାହ, ବାସିଲ ଥାମ୍ପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2022, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.