ETV Bharat / sports

IPL 2022: ବାଙ୍ଗାଲୋର ବିପକ୍ଷରେ ସନରାଇଜର୍ସର ସହଜ ବିଜୟ

author img

By

Published : Apr 23, 2022, 10:17 PM IST

Updated : Apr 23, 2022, 10:25 PM IST

ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୬ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସହଜ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ

Royal Challengers Bangalore crush  Sunrisers Hyderabad by 9 wickets
IPL 2022: ବାଙ୍ଗାଲୋର ବିପକ୍ଷରେ ସନରାଇଜର୍ସର ସହଜ ବିଜୟ

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୬ତମ ମୁକାବିଲାରେ ବିଜୟୀ ହୋଇଛି ସନରାଇଜର୍ସ ହାଇଦ୍ରାବାଦ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସହଜ ବିଜୟ ହାସଲ କରିଛି କେନ ୱିଲିୟସନଙ୍କ ଟିମ । ମାତ୍ର ୬୮ ରନ୍‌ରେ RCBକୁ ରୋକିବା ପରେ ୮ ଓଭରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି SRH । ଅଭିଶେକ ବର୍ମା ୨୮ ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଦ୍ରୁତ ୪୭ ରନ୍‌ର ଇଂନିସ ଖେଳିଛନ୍ତି । କ୍ୟାପଟେନ କେନ ୱିଲିୟମସନ ଅପରାଜିତ ୧୬ ରନ୍‌ର କରି ଟିମକୁ ବିଜୟୀ କରାଇଥିଲେ । ଏହି ବିଜୟ ସହିତ SRH ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି ।

ପୂର୍ବରୁ ବୋଲରଙ୍କ ଘାତକ ବୋଲିଂ ବଳରେ ହାଇଦ୍ରାବାଦ ମାତ୍ର ୬୮ ରନ୍‌ରେ RCBକୁ ଅଲଆଉଟ୍‌ କରିଥିଲା । ମାର୍କୋ ଜାନସେନ ଓ ଟି ନଟରାଜନ ସର୍ବାଧିକ ୩ଟି ଲେଖାଏଁ ୱିକେଟ ହାତେଇଥିଲେ । ଜେ ସୁଚିତ ୨ଟି, ଭୁବନେଶ୍ବର କୁମାର ଓ ଉରମାନ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଲିଥିଲା ।

ବାଙ୍ଗାଲୋରର ୯ ଜଣ ବ୍ୟାଟ୍‌ର ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଓପନର ଅନୁଜ ରାୱତ ଓ ପୂର୍ବତନ କ୍ୟାପଟେନ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ପାଭିଲିଅନ ଫେରିଯାଇଥିଲେ । କେବଳ ଗ୍ଳେନ ମାକ୍ସୱେଲ ୧୨ ଓ ପ୍ରଭୁଦେଶାଇ ୧୫ ରନ୍‌ କରିବାକୁ ସମର୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2022, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.