ETV Bharat / sports

IPL 2022: ହାଇଦ୍ରାବାଦ ଆକ୍ରମଣ ସାମ୍ନାରେ ବାଙ୍ଗାଲୋର ଚିତପଟାଙ୍ଗ, ୬୮ରେ ଅଲଆଉଟ୍‌

author img

By

Published : Apr 23, 2022, 9:25 PM IST

ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ଆକ୍ରମଣ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମସମର୍ପଣ । ୧୬.୧ ଓଭରରେ ମାତ୍ର ୬୮ ରନ୍‌ରେ ଅଲଆଉଟ୍‌ RCB । ଅଧିକ ପଢନ୍ତୁ

IPL 2022:Royal Challengers Bangalore bundle out  Sunrisers Hyderabad for 68
IPL 2022: ହାଇଦ୍ରାବାଦ ଆକ୍ରମଣ ସାମ୍ନାରେ ବାଙ୍ଗାଲୋର ବ୍ୟାଟ୍‌ରଙ୍କ ଆତ୍ମସମର୍ପଣ, ୬୮ରେ ଅଲଆଉଟ୍‌

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୪୬ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ବାଙ୍ଗାଲୋର ଟିମର ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଅରେଞ୍ଜ ଆର୍ମୀ ହାଇଦ୍ରାବାଦର ବୋଲିଂ ଆକ୍ରମଣ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି RCBର ସମସ୍ତ ବ୍ୟାଟ୍‌ର । ଏପରିକି ସଂପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳିବାକୁ ଅସମର୍ଥ ହୋଇଛି ଫାଫ ଡୁପ୍ଲେସିସ୍‌ଙ୍କ ଟିମ । ୧୬.୧ ଓଭରରେ ମାତ୍ର ୬୮ ରନ୍‌ରେ ଅଲଆଉଟ୍‌ ହୋଇଛି RCB । ଫଳରେ ହାଇଦ୍ରାବାଦ ସାମ୍ନାରେ ୬୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.