ETV Bharat / sports

IPL 2022: ରାଜସ୍ଥାନକୁ ୧୪୪ ରନ୍‌ରେ ରୋକିଲା ବାଙ୍ଗାଲୋର

author img

By

Published : Apr 26, 2022, 9:36 PM IST

Updated : Apr 26, 2022, 9:46 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଛି ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ରୟାଲ୍ସ । ଫଳରେ RCB ସାମ୍ନାରେ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Riyan shines but RCB restrict RR to 144/8
IPL 2022: ରାଜସ୍ଥାନକୁ ୧୪୪ ରନ୍‌ରେ ରୋକିଲା ବାଙ୍ଗାଲୋର

ପୁନେ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୯ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଛି ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ରୟାଲ୍ସ । ଫଳରେ RCB ସାମ୍ନାରେ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ସଂପୂର୍ଣ୍ଣ ମ୍ୟାଚ୍‌ରେ RCB ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମହମ୍ମଦ ସିରାଜ, ଜସ ହେଜେଲଉଡ୍‌, ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ସେହିପରି ଷ୍ଟାର ବୋଲର ହର୍ଷଲ ପଟେଲ ଗୋଟିଏ ୱିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ଅନ୍ୟପଟେ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିଥିବା ରାଜସ୍ଥାନର ରଣନୀତି ସଫଳ ହୋଇନଥିଲା । ଦୁଇ ଷ୍ଟାର ଓପନର ଜସ ବଟଲର ଓ ଦେବଦତ୍ତ ପାଦିକ୍କଲ ଶୀଘ୍ର ପାଭିଲିୟନ ଫେରିଥିଲେ । କ୍ୟାପଟେନ ସଞ୍ଜୁ ସାମସନ ୨୭ ଓ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥିବା ରବିଚନ୍ଦ୍ରନ ଅଶ୍ବିନ ୯ ବଲ୍‌ରୁ ୧୭ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ ।

ତେବେ ରାଜସ୍ଥାନ ବ୍ୟାଟିଂର ହିରୋ ରହିଥିଲେ ରିୟାନ ପରାଗ । ଏକମାତ୍ର ରୟାଲ୍ସ ବ୍ୟାଟ୍‌ର ଭାବେ ୫୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଫଳରେ ରାଜସ୍ଥାନ ୧୪୪ ରନ୍‌ର ସମ୍ମାନଜୃନକ ସ୍କୋର କରିବାକୁ ସଫଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2022, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.