ETV Bharat / sports

IPL 2022: ବିରାଟଙ୍କ ଅର୍ଦ୍ଧଶତକ, ଗୁଜରାଟ ସାମ୍ନାରେ ଟାର୍ଗେଟ ୧୭୧ ରଖିଲା RCB

author img

By

Published : Apr 30, 2022, 5:25 PM IST

Updated : Apr 30, 2022, 6:16 PM IST

ପ୍ରଥମେ ବ୍ୟାଟିଂ କରିଥିବା RCB ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍‌ ସଂଗ୍ରହ କରିଛି । ଫଳରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022 kohli's Fifty help RCB to set a target of 171 against Gujarat Titans
IPL 2022: ବିରାଟଙ୍କ ଅର୍ଦ୍ଧଶତକ, ଗୁଜରାଟ ସାମ୍ନାରେ ଟାର୍ଗେଟ ୧୭୧ ରଖିଲା RCB

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ୪୩ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଗୁଜରାଟ ଟାଇଟନ୍ସ(GT) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍‌ ସଂଗ୍ରହ କରିଛି । ଫଳରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଷ୍ଟାର ବ୍ୟାଟ୍‌ର ବିରାଟ କୋହଲି ସର୍ବାଧିକ ୫୮ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୫୩ ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୮ ରନ୍‌ର ଇଂନିସ ଖେଳିଛନ୍ତି ବିରାଟ । ରଜତ ପଟିଦାର ମଧ୍ୟ ୩୨ ବଲ୍‌ରୁ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଗ୍ଳେନ ମାକ୍ସୱେଲ ୧୮ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୩୩ ରନ୍‌ର ଧୁଆଁଧାର ଇଂନିସ ଖେଳିଛନ୍ତି । ଶେଷ ଭାଗରେ ମହୀପାଳ ଲୋମର ୮ ବଲ୍‌ରୁ ଦ୍ରୁତ ୧୬ ରନ୍‌ର ଉପଯୋଗୀ ଇଂନିସ ସହ RCBର ସ୍କୋର ୧୭୦ରେ ପହଞ୍ଚିଥିଲା ।

ଅନ୍ୟପଟେ ଗୁଜରାଟ ପକ୍ଷରୁ ସମସ୍ତ ୫ ଜଣ ବୋଲର ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ଦୀର୍ଘଦିନ ପରେ ଆଇପିଏଲ ମ୍ୟାଚ ଖେଳୁଥିବା ସଙ୍ଗୱାନ ସର୍ବାଧିକ ଦୁଇଟି ହାସଲ କରିଛନ୍ତି । ମହମ୍ମଦ ସାମି, ଆଲଜେରୀ ଜୋସେଫ, ରସିଦ ଖାନ ଓ ଲୋକ ଫର୍ଗୁସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

Last Updated : Apr 30, 2022, 6:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.