ETV Bharat / sports

IPL 2022: ପୁଣି କାର୍ତ୍ତିକଙ୍କ କମାଲ, ବିପର୍ଯ୍ୟୟରୁ ବାଙ୍ଗାଲୋରର ବିଶାଳ ୧୮୯ ରନ

author img

By

Published : Apr 16, 2022, 9:41 PM IST

Updated : Apr 16, 2022, 9:58 PM IST

ପ୍ରଥମେ ବ୍ୟାଟିଂ କରିଥିବା RCB ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Dinesh Karthik fifty help Rcb to post 189/5 against DC
IPL 2022: ପୁଣି କାର୍ତ୍ତିକଙ୍କ କମାଲ, ବିପର୍ଯ୍ୟୟରୁ ବାଙ୍ଗାଲୋରର ବିଶାଳ ୧୮୯ ରନ

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୨୭ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା RCB ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

RCB ପକ୍ଷରୁ ଭେଟେରାନ ଦିନେଶ କାର୍ତ୍ତିକ ପୁଣି ଏକ ଅପରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୩୪ ବଲ୍‌ରୁ ୫ଟି ଚୌକା ଓ ୫ଟି ଛକା ସହାୟତାରେ ୬୬ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି । ପଞ୍ଚମ ୱିକେଟ ଯୋଡିରେ ଶାହାବାଜ ଅହମ୍ମଦଙ୍କ ସହ ମିଶି ୯୭ ରନ୍‌ର ଭାଗିଦାରୀ କରିଥିଲେ ।

୧୧.୨ ଓଭର ସୁଦ୍ଧା ମାତ୍ର ୯୨ ରନ୍‌ରେ ୫ ୱିକେଟ ହରାଇ ସଂଘର୍ଷ କରୁଥିଲା ବାଙ୍ଗାଲୋର । ମାତ୍ର କାର୍ତ୍ତିକ ଓ ଶାହାବାଜଙ୍କ ଯୋଡି RCB ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲେ । ଉଭୟ ମିଶି ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ବୋଲରଙ୍କୁ ନିରାଶ କରିଥିଲେ । ଶାହାବାଜ ୨୧ ବଲ୍‌ରୁ ଦ୍ରୁତ ୩୨ ରନ୍‌ର ଇଂନିସ ଖେଳିଛନ୍ତି । ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ୩୪ ବଲ୍‌ରୁ ୭ଟି ଚୌକା ଓ ଦୁଇଟି ଛକା ସହାୟତାରେ ୫୫ ରନ୍‌ର ଇଂନିସ ଖେଳିଛନ୍ତି । ତେବେ ବିରାଟ କୋହଲି ଓ କ୍ୟାପଟେନ ଫାଫ ଡୁପ୍ଲେସିସ ପୁଣି ନିରାଶ କରିଛନ୍ତି ।ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.