ETV Bharat / sports

ICC Women World Cup: ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ

author img

By

Published : Mar 12, 2022, 2:26 PM IST

ଆଇସିସି ମହିଳା ବିଶ୍ବକପ ମ୍ୟାଚରେ ଭାରତର ଦ୍ବିତୀୟ ବିଜୟ । ଓେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ । ଅଧିକ ପଢନ୍ତୁ

ICC Women World Cup: ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ
ICC Women World Cup: ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ

ହାମିଲଟନ: ଆଇସିସି ମହିଳା ବିଶ୍ବକପ ମ୍ୟାଚରେ ଭାରତର ଦ୍ବିତୀୟ ବିଜୟ । ଓେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ । ୩୧୮ ରନରେ ଲକ୍ଷ କରି ୪୦ ଓଭରରେ ୧୬୨ ରନ କରି କରିବାକୁ ସକ୍ଷମ ହୋଇଥିଲା ଓେଷ୍ଟଇଣ୍ଡିଜ ମହିଳା ଦଳ । ଫଳରେ ଭାରତ ବିଶ୍ବକପ ମ୍ୟାଚରେ ଭାରତ ତାର ଦ୍ବିତୀୟ ବିଜୟ ହାସଲ କରିଛି । ଏହାପୂର୍ବରୁ ଦଳ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଥିଲା ।

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ବେଳେ ୫୦ ଓଭର ସୁଦ୍ଧା ୮ ଓ୍ବିକେଟ ହରାଇ ୩୧୭ ରନ ସଂଗ୍ରହ କରିଥିଲା । ଭାରତୀୟ ଦଳ ପକ୍ଷରୁ ଉପଅଧିନାୟକ ହରମନପ୍ରୀତ କୌର ଓ ସ୍ମୃତି ମାନ୍ଧାନା ଶତକ ହାସଲ କରିଥିଲେ । ହରମନପ୍ରୀତ ୧୦୯ ରନ କରିଥିବା ବେଳେ ସ୍ମୃତି ୧୨୩ ରନ କରି କରି ଦଳକୁ ଦୃଢସ୍ଥିତିରେ ପହଞ୍ଚାଇଥିଲେ । ଆଜି ସକାଳ ସମୟରେ ହାମିଲଟନରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.