ETV Bharat / sports

TT World Championship: ଭାରତୀୟ ମହିଳା ଦଳର ଅଭିଯାନ ଶେଷ

author img

By

Published : Oct 6, 2022, 7:27 AM IST

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ବୁଧବାର ଭାରତୀୟ ମହିଳା ଦଳର ଅଭିଯାନ ଶେଷ ହୋଇଛି । ଅଧିକ ପଢନ୍ତୁ

TT World Championship : ଭାରତୀୟ ମହିଳା ଦଳର ଅଭିଯାନ ଶେଷ

ହାଇଦ୍ରାବାଦ: ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ବୁଧବାର ଭାରତୀୟ ମହିଳା ଦଳର ଅଭିଯାନ ଶେଷ ହୋଇଛି । ଭାରତୀୟ ଦଳ ଚାଇନାର ପ୍ରତିଦ୍ବନ୍ଦୀଠୁ ପ୍ରି-କ୍ବାଟର ଫାଇନାଲ ରାଉଣ୍ଡର ମୁକାବିଲାରେ ୦-୩ରେ ପରାସ୍ତ ହୋଇଥିଲା । ଏହା ପରେ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ଭାରତୀୟ ମହିଳା ଦଳର ଅଭିଯାନ ଶେଷ ହୋଇଛି । ଭାରତୀୟ ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା, ଶ୍ରୀଜା ଅକୁଲା ଏବଂ ଦୀୟା ଚିତଲେ ସିଙ୍ଗଲ୍ସ ରାଉଣ୍ଡରେ ପରାସ୍ତ ହେବା ସହିତ ରାଉଣ୍ଡ ଅଫ ୧୬ ମୁକାବିଲାରେ ମଧ୍ୟ ପରାଜିତ ହୋଇଛନ୍ତି ।

ଭାରତୀୟ ଷ୍ଟାର ଟେବୁଲ ଟେନିସ ତାରକା ମନିକା ବାତ୍ରାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ବିଶ୍ବର ୨୨ ନମ୍ବର ମାନ୍ୟତାରେ ଥିବା ଟେବୁଲ ଟେନିସ ଖେଳାଳି ଚେନ ସୁ ୟୁଙ୍କଠାରୁ ୦-୩ ରେ ପରାସ୍ତ ହୋଇଥିଲେ ମନିକା ବାତ୍ରା । ଚେନ ସୁ ୟୁ ମନିକାଙ୍କୁ ୧୧-୭, ୧୧-୯, ୧୧-୩ ପଏଣ୍ଟରେ ପରାସ୍ତ କରିଥିଲେ । ଏହି ରାଉଣ୍ଡର ଫଳାଫଳ ସହିତ ଟିମ ଇଣ୍ଡିଆ ୧-୦ରେ ପଛରେ ରହିଥିଲା । ସେହିପରି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସ ମିକ୍ସ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତି ଥିବା ଶ୍ରୀଜା ବିଶ୍ବର ୩୫ ନମ୍ବର ମାନ୍ୟତାରେ ଥିବା ଚିଙ୍ଗ ଆଇ ଚିଙ୍ଗ ସହିତ କଡା ଟକ୍କର ହୋଇଥିଲା ।

ଚିଙ୍ଗ ଆଇ ଚିଙ୍ଗଠୁ ୮-୧୧, ୧-୫, ୬-୧୧, ୯-୧୧ ପଏଣ୍ଟରେ ପରାସ୍ତ ହୋଇଥିଲେ ଭାରତୀୟ ଟେବୁଲ ଟେନିସ ଖେଳାଳି ଶ୍ରୀଜା ଅକୁଲା । ଏହି ରାଉଣ୍ଡର ଫଳାଫଳ ସହିତ ଟିମ ଇଣ୍ଡିଆର ପଏଣ୍ଟ ୨-୦ରେ ପଛରେ ରହିଥିଲା । ସେହିପରି ଦୀୟା ଚିତଲେ ମଧ୍ୟ ୬-୧୧, ୧୧-୯, ୧୧-୯, ୮-୧୧, ୭-୧୧ ପଏଣ୍ଟରେ ଲିୟୁ ହିଙ୍ଗ ୟିନଠୁ ପରାସ୍ତ ହୋଇଛନ୍ତି । ସେପଟେ ଭାରତୀୟ ପୁରୁଷ ଟେବୁଲ ଟେନିସ ଖେଳାଳି ଗୁରୁବାର ଦିନ ପ୍ରି-କ୍ବାଟର ଫାଇନାଲ ମ୍ୟାଚରେ ଚୀନ ସହିତ ମୁହାଁମୁହିଁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.