ETV Bharat / sports

IND vs NZ: ସୂର୍ଯ୍ୟଙ୍କ ଶତକ ପରେ ବୋଲରଙ୍କ କମାଲ, ନ୍ୟୁଜିଲାଣ୍ଡକୁ 65 ରନ୍‌ରେ ହରାଇଲା ଭାରତ

author img

By

Published : Nov 20, 2022, 4:15 PM IST

Updated : Nov 20, 2022, 5:34 PM IST

୩ ଟିକିଆ ଟି୨୦ ସିରିଜ୍ ବିଶିଷ୍ଟ ଆଜି ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୬୫ ରନରେ ବିଜୟୀ ହୋଇଛି । ଅଧିକ ପଢନ୍ତୁ

India won by 65 runs
IND vs NZ: ସୂର୍ଯ୍ୟଙ୍କ ଶତକ ପରେ ବୋଲରଙ୍କ କମାଲ, ନ୍ୟୁଜିଲାଣ୍ଡକୁ 65 ରନ୍‌ରେ ହରାଇଲା ଭାରତ

ମାଉଣ୍ଟ ମେଙ୍ଗାନୁଇ: ବିଦେଶ ମାଟିରେ ଯୁବ ଟିମ୍ ଇଣ୍ଡିଆର କମାଲ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ କିୱି ଦଳକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩ ଟିକିଆ ଟି୨୦ ସିରିଜ୍ ବିଶିଷ୍ଟର ଦ୍ବିତୀୟ ମ୍ୟାଚରେ ଭାରତ ୬୫ ରନରେ ବିଜୟୀ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ମେନ୍ ଇନ୍ ବ୍ଲୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ କରି ଅଲ୍‌ଆଉଟ ହୋଇଛି । ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ଟିମ ଇଣ୍ଡିଆ ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲା ଟିମ୍ ଇଣ୍ଡିଆ । ହେଲେ ଆରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ଋଷଭ ପନ୍ତ ୬ ରନ କରି ସଅଳ ପାଭଲିୟନ ଲେଉଟିଥିଲେ । ତିନି ନମ୍ବର ବ୍ୟାଟିଂ ଅର୍ଡରେ ଦମଦାର ଫର୍ମରେ ମଇଦାନକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ୪୯ ବଲରୁ ଧୂଆଁଧାର ଶତକ ହାସଲ କରିଥିଲେ । Sky ୫୧ ବଲରୁ ୧୧ ଟି ଚୌକା ଓ ୭ ଟି ଛକା ସହିତ ୧୧୧ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଇଶାନ କିଶାନ ୩୧ ବଲରୁ ୩୬ ରନ କରି ଆଉଟ ହୋଇଥିଲେ । ସେହିପରି ଶ୍ରେୟାସ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ କରିଥିଲେ । ନ୍ୟୁଜିଲାଣ୍ଡର ଟିମ୍ ସୁଥି ହ୍ୟାଟ୍ରିକ୍ ୱିକେଟ ନେଇଥିଲେ ।

୧୯୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ବ୍ଲାକ୍ କେପ୍ସ । ଭାରତୀୟ ଯୁବ ବୋଲରଙ୍କ ବୋଲିଂ ପ୍ରଦର୍ଶନ ବଳରେ ଆତ୍ମ ସମର୍ପଣ କରିଥିଲେ ନ୍ୟୁଜିଲାଣ୍ଡ ବ୍ୟାଟର । ସ୍ପିନର ଦୀପକ ହୁଡ୍ଡାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା କିୱି ଟିମ୍‌ର ମିଡିଲ ଅର୍ଡର । ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୨୬ ରନ କରିବାରେ ସକ୍ଷମ ହୋଇପାରିଥିଲା । ସେ ୫୨ ବଲରୁ ୪ ଟି ଚୌକା ଓ ୨ ଟି ଛକା ସହିତ ୬୧ ରନର ଇନିଂସ ଖେଳିଥିଲେ ।

ଡାହାଣ ହାତି ସ୍ପିନର ଦୀପକ ହୁଡ୍ଡା ୨.୫ ଓଭର ବୋଲିଂ କରି ୧୦ ରନ୍ ବ୍ୟୟରେ ସର୍ବାଧିକ ୪ ଟି ୱିକେଟ ହାତେଇଥିଲେ । ସେହିପରି ମହମ୍ମଦ ସିରାଜ ଓ ୟୁଜିବେନ୍ଦ୍ର ଚହଲ ଦୁଇଟି ୱିକେଟ ନେଇଥିବା ବେଳେ ୱାସିଙ୍ଗଟନ୍ ସୁନ୍ଦର ଓ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ହାତେଇଛନ୍ତି ।

Last Updated : Nov 20, 2022, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.