ETV Bharat / sports

ଭାରତ-ପାକିସ୍ତାନ ମ୍ୟାଚ: ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଲେ ସୁନ୍ଦର ପିଚାଇ, ଭାଇରାଲ ହେଲା ଟ୍ୱିଟ୍

author img

By

Published : Oct 24, 2022, 8:58 PM IST

ଆଲଫାବେଟ ଓ ଗୁଗୁଲ CEO ସୁନ୍ଦର ପିଚାଇଙ୍କର ଏକ ଟ୍ବିଟ ବେଶ ଭାଇରାଲ ହେବାରେ ଲାଗିଛି । ସେ ଟ୍ବିଟ କରିଥିଲେ ଯେ ସେ ଭାରତ ବନାମ ପାକିସ୍ତାନର ଶେଷ ତିନି ଓଭର ମ୍ୟାଚ ଦେଖି ଦୀପାବଳି ପାଳନ କରୁଛନ୍ତି । ଅଧିକ ପଢନ୍ତୁ

ସୁନ୍ଦର ପିଚାଇ ଶେଷ ତିନି ଓଭର ମ୍ୟାଚର କଲେ ପ୍ରଶଂସା, ଭାଇରାଲ ହେଲା ଟ୍ବିଟ
ସୁନ୍ଦର ପିଚାଇ ଶେଷ ତିନି ଓଭର ମ୍ୟାଚର କଲେ ପ୍ରଶଂସା, ଭାଇରାଲ ହେଲା ଟ୍ବିଟ

ହାଇଦ୍ରାବାଦ: ମେଲବର୍ଣ୍ଣ ବିରାଟ ପାଳିରେ ଦୀପାବଳି ଭେଟି ଦେଇଛି ଟିମ ଇଣ୍ଡିଆ । ଭାରତର ବିଜୟ ପରେ ମେଲବର୍ଣ୍ଣରୁ ଭାରତର ସମସ୍ତେ ଉତ୍ସାହିତ ହୋଇ ଉଠିଥିଲେ । ଏହି ଅବସରରେ ଆଲଫାବେଟ ଓ ଗୁଗୁଲ CEO ସୁନ୍ଦର ପିଚାଇଙ୍କର ଏକ ଟ୍ବିଟ ବେଶ ଭାଇରାଲ ହେବାରେ ଲାଗିଛି । ସୁନ୍ଦର ପିଚାଇ ସୋମବାର ଦୀପାବଳିର ଶୁଭେଚ୍ଛା ଜଣାଇ ଟ୍ବିଟ କରିଥିଲେ । ଯେଉଁଥିରେ କୁହାଯାଇଛି କି ସେ ଭାରତ ବନାମ ପାକିସ୍ତାନର ଶେଷ ତିନି ଓଭର ମ୍ୟାଚ ଦେଖି ଦୀପାବଳି ପାଳନ କରୁଛନ୍ତି । ତାଙ୍କ ଟ୍ବିଟରେ ଜଣେ ଟ୍ରୋଲର ଟ୍ବିଟ କରିଥିଲେ କି ଆପଣ ପ୍ରଥମ ତିନି ଓଭର ମଧ୍ୟ ଦେଖିବା ଦରକାର । ଉଭୟଙ୍କ ଏହି ଟ୍ବିଟ ଏବେ ବେଶ ଭାଇରାଲ ହେଉଛି ।

  • Happy Diwali! Hope everyone celebrating has a great time with your friends and family.
    🪔 I celebrated by watching the last three overs again today, what a game and performance #Diwali #TeamIndia #T20WC2022

    — Sundar Pichai (@sundarpichai) October 24, 2022 " class="align-text-top noRightClick twitterSection" data=" ">

ସୁନ୍ଦର ପିଚାଇ ଟ୍ବିଟ କରିଥିଲେ "ଶୁଭ ଦୀପାବଳି, ଆଶା କରୁଛି ଆପଣ ସମସ୍ତେ ଏହି ସୁନ୍ଦର ମୁହୂର୍ତ୍ତକୁ ନିଜ ବନ୍ଧୁ ଓ ପରିବାର ସହିତ ପାଳନ କରୁଥିବେ । ମୁଁ ଶେଷ ତିନି ଓଭରର ମ୍ୟାଚ ଦେଖି ଦୀପାବଳି ପାଳୁଛି । ଯାହା ଚମତ୍କାର ପ୍ରଦର୍ଶନ ସହିତ ଅଦ୍ଭୁତ ମ୍ୟାଚ ଥିଲା । "

ଭାରତର ପ୍ରାରମ୍ଭ ବୋଲିଂ ପ୍ରଦର୍ଶନକୁ କଟାକ୍ଷ କରି ଜଣେ ଟ୍ରୋଲର ସୁନ୍ଦର ପିଚାଇଙ୍କ ଟ୍ବିଟରେ ଟ୍ବିଟ କରିଥିଲେ କି, "ଆପଣଙ୍କୁ ପ୍ରଥମ ତିନି ଓଭର ଦେଖିବା ଦରକାର ।" ଏହି ଟ୍ବିଟରେ ସୁନ୍ଦର ପିଚାଇ କହିଥିଲେ, "ସେମାନେ ମଧ୍ୟ ମ୍ୟାଚରେ କମାଲ କରିଛନ୍ତି । ଭୁବନେଶ୍ବର ଏବଂ ଅର୍ଶଦୀପ ଯାଦୁ ଦେଖାଇଛନ୍ତି ।"

ତେବେ ଉଭୟଙ୍କ ଏହି ଟ୍ବିଟକୁ ୟୁଜର୍ସ ୨୨,୦୦୦ ରୁ ଅଧିକ ସେୟାର କରିଛନ୍ତି । ବର୍ଷ ୨୦୦୭ ପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ବିଶ୍ବକପ ଜିତିବାର ସମ୍ଭାବନାକୁ ଦୃଢ କରିଛି । ରବିବାର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଥିଲା । 160 ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଟାର୍ଗେଟ ହାସଲ କରିଥିଲା । ଦଳ ୩୧ ରନରେ ୪ ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ ବିରାଟ । ତାଙ୍କ ସହିତ ପାଳି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିରାଟ କୋହଲି ୫୩ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହିତ ୮୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରୁ ୪୦ ରନର ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.