ETV Bharat / sports

ଦ୍ବିତୀୟ ODI: ଇଂଲଣ୍ଡକୁ 222 ରନ ଟାର୍ଗେଟ୍ ଦେଲା ଭାରତ

author img

By

Published : Jun 30, 2021, 10:20 PM IST

ଦ୍ବିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ 222 ରନ ଟାର୍ଗେଟ ଦେଲା ଭାରତୀୟ ମହିଳା କ୍ରକେଟ ଦଳ । ଭାରତ ପକ୍ଷରୁ ଅଧିନାୟିକା ମତାଲି ରାଜ ସର୍ବାଧିକ 59 ରନ କରିଛନ୍ତି । ଅଧିକ ପଢନ୍ତୁ...

ଦ୍ବିତୀୟ ODI: ଇଂଲଣ୍ଡକୁ 222 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ
ଦ୍ବିତୀୟ ODI: ଇଂଲଣ୍ଡକୁ 222 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ

ଲଣ୍ଡନ: ଟନଣ୍ଟନ୍ ରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ 222 ଟାର୍ଗେଟ ଦେଲା ଭାରତୀୟ ମହିଳା କ୍ରକେଟ ଦଳ । ଭାରତ ପକ୍ଷରୁ ଅଧିନାୟିକା ମତାଲି ରାଜ ସର୍ବାଧିକ 59 ରନ କରିଛନ୍ତି । ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ ଦଳ । ଭାରତକୁ ଏକ ଭଲ ଆରମ୍ଭ ଦେବାକୁ ସକ୍ଷମ ରହିଥିଲା ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସେଫାଳି ବର୍ମା ।

ଭାରତ ପକ୍ଷରୁ ଦୁଇ ଓପନରଙ୍କ ମଧ୍ୟରେ 56 ରନ ଭାଗିଦାରୀ ହୋଇଥିଲା । ଏହାପରେ କେଟ କ୍ରସଙ୍କ ବଲରେ ଆଉଟ ହୋଇଥିଲେ ସ୍ମୃତି ମାନ୍ଧାନା । ଜେମିଆ ରୋଡ୍ରିଗ୍ସ 8 ରନ କରି ପାଭେଲିୟନ ଫେରିଥିବା ବେଳେ ସେଫାଳି ବର୍ମା 44 ରନ କରି ଆଉଟ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇବାକୁ ଆରମ୍ଭ କଲା ଭାରତ ।

ଏଭଳି ସ୍ଥିତିରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧନାୟିକା ମିତାଲି ରାଜ । ସେ 92 ବଲରେ ଲଢ଼ୁଆ 59 ରନ କରିଥିଲେ । ଆଉ କୌଣସି ବ୍ୟାଟସମ୍ୟାନ ତାଙ୍କ ସହ ପଡି଼ଆରେ ସମୟ ବିତାଇ ପାରିନଥିଲେ । ହରମନପ୍ରୀତ କୌର ମାତ୍ର 19 କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଶେଷ ବେଳକୁ ଝୁଲଣ ଗୋସ୍ବାମୀଙ୍କ 20 ରନ ବଳରେ ଭାରତ ନର୍ଦ୍ଧାରିତ 50 ଓଭରରେ 221 ରନ କରି ପାରିଥିଲା ।

ସେପଟେ ଇଂଲଣ୍ଡ ପକ୍ଷରୁ କେଟ ସର୍ବାଧିକ 5ଟି ୱିକେଟ ନେଇଛନ୍ତି। ସୋଫୀ ଏକ୍ଲ ଷ୍ଟୋନ ଦୁଇଟି ୱିକେଟ ନେଇଥିବା ବେଳେ ଗୋଟିଏ ୱିକେଟ ନେଇଛନ୍ତି ନାଟାଇଲ ସିଭର । କ୍ୟାଥରିନ ବ୍ରଣ୍ଟ ଦଳ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.