ETV Bharat / sports

Ind-Eng ODI: ବୁମରାଙ୍କ ବିସ୍ଫୋରକ ବୋଲିଂରେ ଧରାଶାୟୀ ଇଂଲଣ୍ଡ, ଟାର୍ଗେଟ 111

author img

By

Published : Jul 12, 2022, 8:00 PM IST

ବୁମରାଙ୍କ ବିସ୍ଫୋରକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଛି । ତେବେ 111 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ଅଧିକ ପଢନ୍ତୁ

India-England ODI : ବୁମରାଙ୍କ ବିସ୍ଫୋରକ ବୋଲିଂ, ଧରାଶାୟୀ ଇଂଲଣ୍ଡ, ଟାର୍ଗେଟ 111
India-England ODI : ବୁମରାଙ୍କ ବିସ୍ଫୋରକ ବୋଲିଂ, ଧରାଶାୟୀ ଇଂଲଣ୍ଡ, ଟାର୍ଗେଟ 111

ହାଇଦ୍ରାବାଦ: ବୁମରାଙ୍କ ବିସ୍ଫୋରକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଛି । ତେବେ 111 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ବୁମରା ସର୍ବାଧିକ 19 ରନ ଦେଇ 6 ଟି ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ବିପକ୍ଷ ଦଳ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ ।

ଆଜି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଭାରତ ଦିନିକିଆ ମ୍ୟାଚରେ ଭାରତୀୟ ବୋଲର କମାଲ କରିଛନ୍ତି । ବୋଲରଙ୍କ ବିସ୍ଫୋରକ ବୋଲିଂରେ କ୍ରିଜରେ ତିଷ୍ଠି ନପାରି ପାଭଲିୟନ ଫେରିଥିଲେ ଇଂଲଣ୍ଡ ବ୍ୟାଟର । ଗୋଟେ ପରେ ଗୋଟେ ୱିକେଟ ଖସିବାରେ ଲାଗିଥିଲା ଇଂଲଣ୍ଡର । ପ୍ରଥମେ ଓପନିଂ କରିବାକୁ ଆସିଥିବା ଜାସନ ରଏ ଖାତା ଖୋଲିବା ଆଗରୁ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେହିପରି ବୁମରାଙ୍କ ବୋଲିଂରେ ଧରାଶୟୀ ହୋଇଛି ଇଂଲଣ୍ଡ । ଜୋ ରୁଟ, ବେନ ଷ୍ଟୋକ୍ସ, ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବାରେ ବିଫଳ ହୋଇ 0 ରେ ଆଉଟ ହୋଇଛନ୍ତି । ସେହିପରି ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜନୀ ବେୟାରଷ୍ଟୋ 32 ବଲରୁ 30 ରନ କରି ସୂର୍ଯ୍ୟକୁମାର ଯାଦବଙ୍କକ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । ଜନୀ ବେୟାରଷ୍ଟୋ 7, ମୋଇନ ଅଲୀ 14, କ୍ରାଇଗ ଓଭରଟନ 8 ରନ, ବ୍ରାୟଡନ କ୍ରାସ 15 ରନ, ଡେଭିଡ ୱିଲି 21 ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଜଶପ୍ରିତ ବୁମରା ସର୍ବାଧିକ 19 ରନ ଦେଇ 6 ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ସାମି 31 ରନରେ ଦେଇ 3 ଟି ୱିକେଟ ହାସଲ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.