ETV Bharat / sports

ICC Women's World Cup: ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ

author img

By

Published : Mar 6, 2022, 1:39 PM IST

Updated : Mar 6, 2022, 1:56 PM IST

ମହିଳା କ୍ରିକେଟ ବିଶ୍ବକପ ଅଭିଯାନ ଆରମ୍ଭରୁ ଭାରତର ଦମଦାର ବିଜୟ । ୧୦୭ ରନରେ ପାକିସ୍ତାନରୁ ହରାଇଲା ଭାରତ । ଅଧିକ ପଢନ୍ତୁ

ICC Women's World Cup: ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ
ICC Women's World Cup: ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ

ମାଉଣ୍ଟ ମୋନଗାନୁଇ: ମହିଳା କ୍ରିକେଟ ବିଶ୍ବକପ ଅଭିଯାନ ଆରମ୍ଭରୁ ଭାରତର ଦମଦାର ବିଜୟ । ୧୦୭ ରନରେ ପାକିସ୍ତାନରୁ ହରାଇଲା ଭାରତ । ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ପାକିସ୍ତାନକୁ ୨୪୫ରନର ଟାର୍ଗେଟ ଦେଇଥିଲା । ୨୪୫ରନକୁ ପିଛା କରି ୪୩ ଓଭର ଶେଷ ସୁଦ୍ଧା ପାକିସ୍ତାନ ୧୩୭ ରନ କରି ଭାରତ ଠାରୁ ପରାଜିତ ହୋଇଛି ।

ଭାରତୀୟ ଦଳ ପକ୍ଷରୁ ରାଜେଶ୍ବରୀ ଗାଏକ୍ବାଡ ସର୍ବାଧିକ ୪ଟି ଓ୍ବେକେଟ ହାତେଇଥିବା ବେଳେ ସ୍ନେହ ରାଣା ଏବଂ ଝୁଲଣ ଗୋସ୍ବାମୀ 2ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଦୀପ୍ତି ଶର୍ମା ଏବଂ ମେଘନା ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସେହିପରି ପାକିସ୍ତାନ ପକ୍ଷରୁ ସିଦରା ଅମିନ ୩୦, ଡାଏନା ବେଗ୍‌ ୨୪ ଓ ଫାତିମା ସନା ୧୭ ରନ କରିବାକୁ ସମର୍ଥ ହୋଇଥିଲେ । ଆଜି ନ୍ୟୁଜିଲାଣ୍ଡର ଓଭାଲ ପାର୍କରେ ଆରମ୍ଭ ହୋଇଥିବା ଏହି ମ୍ୟାଚ ।

Last Updated : Mar 6, 2022, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.