ETV Bharat / sports

Women World Cup: ପାକିସ୍ତାନକୁ 245 ରନର ଟାର୍ଗେଟ ଦେଲା ଭାରତ

author img

By

Published : Mar 6, 2022, 9:52 AM IST

Updated : Mar 6, 2022, 11:02 AM IST

ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହୋଇଛି ମହିଳା କ୍ରିକେଟ ବିଶ୍ବକପ 2022 । ପାକିସ୍ତାନକୁ 245 ରନର ଟାର୍ଗେଟ ଦେଲା ଭାରତ ।

Women World Cup: ଭାରତ-ପାକିସ୍ତାନ ଲଢେଇ,   ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ
Women World Cup: ଭାରତ-ପାକିସ୍ତାନ ଲଢେଇ, ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ

ମାଉଣ୍ଟ ମୋନଗାନୁଇ: ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହୋଇଛି ମହିଳା କ୍ରିକେଟ ବିଶ୍ବକପ 2022 । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଲଢେଇ । ଭାରତୀୟ ସମୟ ଅନୁସାରେ ସକାଳ 6.30 ରୁ ମ୍ୟାଚ୍‌ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଟସ ଜିତିଥିଲାଭାରତୀୟ ମହିଳା ଦଳ । ଏହାପରେ ବ୍ୟାଟିଂ ନିଷ୍ପତ୍ତି ନେଇ 50 ଓଭର ଶେଷ ସୁଦ୍ଧା 5 ଓ୍ବିକେଟ ହରାଇ ପାକିସ୍ତାନକୁ 245 ରନର ଟାର୍ଗେଟ ଦେଇଛି ଭାରତ ।

ଦଳ ପକ୍ଷରୁ ସ୍ମୃତି ମାନ୍ଧାନା 75 ବଲରେ 52 ରନ୍ ସଂଗ୍ରହ କରି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପୂଜା ବସ୍ତ୍ରକର 59 ବଲରେ 67 ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଦୀପ୍ତି ଶର୍ମା 40 ସ୍ନେହା ରାଣା 53 ରନ ରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

Last Updated : Mar 6, 2022, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.