ETV Bharat / sports

Ind vs Eng Womens ODI: ଟସ୍‌ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି

author img

By

Published : Sep 18, 2022, 3:37 PM IST

Updated : Sep 18, 2022, 5:12 PM IST

ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଆଜି ଖେଳାଯାଉଛି ଦିନିକିଆ ସିରିଜର ପ୍ତମ ମ୍ୟାଚ୍‌ । ଟସ୍‌ ଜିତି ଟିମ ଇଣ୍ଡିଆ କ୍ୟାପଟେନ୍‌ ହରମନପ୍ରିତ କୌର (Harmanpreet Kaur) ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

Ind vs Eng Womens ODI : ହରମନ ପ୍ରିତ କୌରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ
Ind vs Eng Womens ODI : ହରମନ ପ୍ରିତ କୌରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଆଜି ଖେଳାଯାଉଛି ଦିନିକିଆ ସିରିଜର ପ୍ତମ ମ୍ୟାଚ୍‌ । ଟସ୍‌ ଜିତି ଟିମ ଇଣ୍ଡିଆ କ୍ୟାପଟେନ୍‌ ହରମନପ୍ରିତ କୌର (Harmanpreet Kaur ) ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ( India Women Opted to Bowl First ) । ଫଳରେ ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ ।

ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କର ( JHULAN GOSWAMI ) ଏହା ହେବ ବିଦାୟ କାଳୀନ ସିରିଜ ତଥା ତାଙ୍କ କ୍ୟାରିୟରର ଅନ୍ତିମ ସିରିଜ । ତେବେ ଝୁଲଣ ଗୋସ୍ବାମୀଙ୍କ ଅନ୍ତିମ ସିରିଜରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବା ପାଇଁ ଭାରତୀୟ ମହିଳା ଦଳ ସିରିଜରେ ଭଲ ପ୍ରଦର୍ଶନ କରିବା ସହିତ ମ୍ୟାଚ ହାତେଇବାକୁ ଲକ୍ଷ୍ୟରେ ରହିଛି ।

ଚୁଡାନ୍ତ ଏକାଦଶ:

ଭାରତ: ହରମନପ୍ରିତ କୌର (ଅଧିନାୟିକା ), ସ୍ମୃତି ମାନ୍ଧନା ( ଉପ ଅଧିନାୟିକା ), ସେଫାଳି ବର୍ମା, ହରଲିନ ଦେଓଲ, ୟଶଟିକା ଭାଟିଆ ( ୱିକେଟ କିପର ), ଦିପ୍ତି ଶର୍ମା, ପୂଜା ବସ୍ତ୍ରାକର, ଝୁଲଣ ଗୋସ୍ବାମୀ, ସ୍ନେହ ରଣା, ରାଜେଶ୍ବରୀ ଗାଏକ୍ବାଡ, ମେଘନା ସିଂ ।

ଇଂଲଣ୍ଡ: ଇମ୍ମା ଲାମ୍ବ, ଟମି ବ୍ୟୁମୋଣ୍ଟ,ସୋଫିୟା ଡଙ୍କଲେ, ଏଲିସ କେପ୍ସୀ, ଡେନୀଏଲ ୱାଇଟ, ଏମି ଜୋନ୍ସ ( ଅଧିନାୟିକା ), ଏଲିସ ଡେବିଡସନ ରିଚର୍ଡସ, ସୋଫୀ ଏକ୍ଲେଷ୍ଟୋନ, ଚାର୍ଲୋଟେ ଡିନ, କେଟ କ୍ରୋସ, ଇସ୍ସି ବୋଙ୍ଗ ।

Last Updated : Sep 18, 2022, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.