ETV Bharat / sports

ICC Women's World Cup: ଅଷ୍ଟ୍ରେଲିଆକୁ ୨୭୮ ରନର ଟାର୍ଗେଟ ଦେଲା ଭାରତ

author img

By

Published : Mar 19, 2022, 11:06 AM IST

Updated : Mar 19, 2022, 1:24 PM IST

ମହିଳା ବିଶ୍ବକପ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ଲଢେଇ ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆକୁ ୨୭୮ ରନର ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ ।

ICC Women's World Cup: ଅଷ୍ଟ୍ରେଲିଆକୁ ୨୭୮ ରନର ବିଜୟ ଲକ୍ଷ ଦେଲା ଭାରତ
ICC Women's World Cup: ଅଷ୍ଟ୍ରେଲିଆକୁ ୨୭୮ ରନର ବିଜୟ ଲକ୍ଷ ଦେଲା ଭାରତ

ଅକଲାଣ୍ଡ(ନ୍ୟୁଜିଲାଣ୍ଡ): ମହିଳା ବିଶ୍ବକପ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ସକାଳ ସମୟରେ ଖେଳ ଆରମ୍ଭ ହୋଇଥିବା ବେଳେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ତେବେ ୫୦ ଓଭର ଶେଷ ସୁଦ୍ଧା ଭାରତ ୭ ଓ୍ବିକେଟ ହରାଇ ୨୭୭ ରନ ସଂଗ୍ରହ କରିଛି । ଫଳରେ ବିପକ୍ଷ ଦଳକୁ ବିଜୟୀ ହେବା ପାଇଁ ୨୭୮ ରନର ଟାର୍ଗେଟ ଦେଇଛି ଭାରତୀୟ ମହିଳା ଦଳ ।

ଦଳ ପକ୍ଷରୁ ଅଧିନାୟକ ମିତାଲି ରାଜ ୯୬ଟି ବଲରେ ୬୮ ରନ କରି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହରମନପ୍ରିତ କୌର ୫୭ ଓ ପୂଜା ବସ୍ତ୍ରକର ୩୪ ରନ କରି ପାଭିଲିୟନକୁ ଫେରିଥିଲେ । ଏହି ମ୍ୟାଚ ଖେଳିବା ପରେ ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ୨୦୦ତମ ଦିନିକିଆ ମ୍ୟାଚ୍‌ ପୂରଣ ହୋଇଛି ।

ତେବେ ଆଜିର ମ୍ୟାଚରେ ବିଜୟୀ ହେବା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜିର ମ୍ୟାଚରେ ଦଳ ବିଜୟୀ ହେଲେ ଶୀର୍ଷ ୪ଟି ସ୍ଥାନ ମଧ୍ୟରେ ରହି ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ପୂରଣ ହେବ । ପୂର୍ବରୁ ୪ଟି ମ୍ୟାଚ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଥିଲା ଭାରତ । ଅକଲାଣ୍ଡର ଇଡେନ ପାର୍କରେ ଖେଳା ଯାଉଛି ଏହି ମ୍ୟାଚ ।

Last Updated : Mar 19, 2022, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.