ETV Bharat / sports

ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ଅମରନାଥଙ୍କ ସମର୍ଥନ

author img

By

Published : Jun 25, 2021, 10:52 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC)ରେ ଭାରତର ପରାଜୟ ପରେ କ୍ୟାପଟେନ ବିରାଟ କୋହଲିଙ୍କ ଅଧିନାୟକତ୍ବ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

In Kohli, I see Viv Richards, Ponting, he should continue as captain: Mohinder Amarnath
ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ଅମରନାଥଙ୍କ ସମର୍ଥନ

ନୂଆଦିଲ୍ଲୀ: ଭାରତୀୟ ଟିମ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC)ର ପ୍ରଥମ ସଂସ୍କରଣରେ ପରାଜିତ ହୋଇଛି । କ୍ୟାପଟେନ ବିରାଟ କୋହଲିଙ୍କ ଅଧିନାୟକତ୍ବ ନେଇ ଅନେକ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ମାତ୍ର ପୂର୍ବତନ ଅଲରାଉଣ୍ଡର ମହିନ୍ଦର ଅମରନାଥ କୋହଲିଙ୍କୁ ପ୍ରଂଶସା କରିଛନ୍ତି ଓ ଅଧିନାୟକତ୍ବକୁ ସମର୍ଥନ ଜଣାଇଛନ୍ତି । କୋହଲିଙ୍କ ଭିତରେ କିମ୍ବଦନ୍ତୀ ଭିଭି ରିଚାର୍ଡସ ଓ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂଙ୍କ ଝଲକ ଥିବା କହିଛନ୍ତି ମହିନ୍ଦର ।

ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରଙ୍କ ଦମଦାର ବୋଲିଂ, କ୍ୟାପଟେନ କେନ ୱିଲିୟମସନ ଓ ରସ୍‌ ଟେଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ କିୱି ଟିମ ଭାରତକୁ WTC ଫାଇନାଲରେ ହରାଇ ଇତିହାସ ରଚିଛି ।

"ବିରାଟ କୋହଲି ଜଣେ ମହାନ ଖେଳାଳି ଓ ଭଲ ଅଧିନାୟକ । ଆମେ ଭାବବିହ୍ବଳ ହେବା ଉତିତ ନୁହେଁ, ଆମର ଅନେକ ଆଶା ଥାଏ, କିଛି ପୂରଣ ନଥିଲେ ସମାଲୋଚନା କରିବାକୁ ପଛାଇନଥାଉ ।" ଏହା କହିଛନ୍ତି ମହିନ୍ଦର ଅମରନାଥ ।

ଆଉଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ହାରିବା ପରେ ଅନେକ ଫ୍ୟାନ୍ସ କୋହଲିଙ୍କୁ ଅଧିନାୟକ ଦାୟିତ୍ବରୁ କାଢିବାକୁ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.