ETV Bharat / sports

Women's World Cup: ବାଂଲା ବିଜୟ ପରେ ଟିମ ଇଣ୍ଡିଆର ସେମିଫାଇନାଲ ରାସ୍ତା ସହଜ

author img

By

Published : Mar 22, 2022, 9:14 PM IST

ଭାରତୀୟ ଟିମ ଏଯାବତ ୬ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହିତ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ଟିମର ନେଟ୍‌ ରନରେଟ୍‌ରେ ମଧ୍ୟ ସୁଧାର ଆସିଛି । ଅଧିକ ପଢନ୍ତୁ

ICC WOMENS WORLD CUP 2022 LATEST POINTS TABLE
womens world cup: ବାଂଲା ବିଜୟ ପରେ ଭାରତ ପାଇଁ ସହଜ ହେଲା ସେମି ରାସ୍ତା

ହାଇଦ୍ରାବାଦ: ଚଳିତ ICC ମହିଳା କ୍ରିକେଟ ବିଶ୍ବକପ ୨୦୨୨ରେ ଆଜି(ମାର୍ଚ୍ଚ ୨୨)ରେ ଦୁଇଟି ମୁକାବିଲା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଓ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ ଓ ଭାରତ ସହଜ ବିଜୟ ହାସଲ କରିଛନ୍ତି । ଏହି ଫଳାଫଳ ପରେ ମହିଳା ବିଶ୍ବକପର ପଏଣ୍ଟ ଟେବୁଲରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ପୂର୍ବପରି ନମ୍ବର ୧ ସ୍ଥାନରେ ରହିଛି ଓ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି । ଅନ୍ୟପଟେ ଭାରତ ବିଜୟ ପରେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଯାଇଛି । ଏବେ ମିତାଲି ରାଜଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ସହଜ ହୋଇଛି । ମାତ୍ର ଏବେ ବି ଭାରତ ସମେତ ସେମିଫାଇନାଲ ଦୌଡରେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ।

ସ୍ଥାନ ଟିମମ୍ୟାଚ୍‌ବିଜୟପରାଜୟ କିଛି ପରିଣାମ ନାହିଁପଏଣ୍ଟନେଟ୍‌ ରନ୍‌ ରେଟ୍‌
ଅଷ୍ଟ୍ରେଲିଆ୧୨୧.୨୮୭
ଦକ୍ଷିଣ ଆଫ୍ରିକା ୦.୦୯୨
ଭାରତ୦.୭୬୮
ୱେଷ୍ଟଇଣ୍ଡିଜ-୦.୮୮୫
ଇଂଲଣ୍ଡ୦.୩୨୭
ନ୍ୟୁଜିଲାଣ୍ଡ-୦.୨୨୯
ବାଂଲାଦେଶ-୦.୭୫୪
ପାକିସ୍ତାନ-୦.୮୭୮

ଭାରତୀୟ ଟିମ ଏଯାବତ ୬ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହିତ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ଟିମର ନେଟ ରନରେଟ୍‌ରେ ମଧ୍ୟ ସୁଧାର ଆସିଛି । ନେଟ୍‌ ରନ ରେଟ୍‌ +୦.୭୬୮ ହୋଇଛି, ଯାହାକି ଅଷ୍ଟ୍ରେଲିଆ ପରେ ଦ୍ବିତୀୟ ସର୍ବାଧିକ । ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ୨୭ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌ରୁ ସେମିଫାଇନାଲରେ ଖେଳିବାକୁ ଯାଉଥିବା ତୃତୀୟ ଓ ଚତୁର୍ଥ ଟିମ କିଏ ହେବ ସ୍ପଷ୍ଟ ହୋଇଯିବ ।

ଦକ୍ଷିଣ ଆଫ୍ରିକାର ମାର୍ଚ୍ଚ ୨୪ରେ ଭାରତ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଯଦି ବିଜୟୀ ହୁଏ, ତେବେ ଭାରତର ସେମିଫାଇନାଲ ଖେଳିବା ପ୍ରାୟତଃ ପକ୍କା ହୋଇଯିବ । ୱେଷ୍ଟଇଣ୍ଡିଜ ଟିମ ୬ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି । ମାତ୍ର ଇଣ୍ଡିଜ ଟିମର ନେଟ୍‌ ରନ୍‌ ରେଟ୍‌ ମାଇନସ ରହିଛି । ଇଂଲଣ୍ଡ ଟିମ ମଧ୍ୟ ଶେଷ ୪ଟିମ ମଧ୍ୟରେ ରହିବାର ଦାବିଦାର ରହିଛି । ଇଂଲଣ୍ଡର ଏବେ ଦୁଇଟି ମ୍ୟାଚ୍‌ ବାକି ରହିଛି । ଏଯାବତ ଖେଳିଥିବା ୫ଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଗତ ଥରର ଚାମ୍ପିୟନ ଇଂଲଣ୍ଡ । ଏପରି ସ୍ଥିତିରେ ଶେଷ ଦୁଇଟି ମ୍ୟାଚ୍‌ ଜିତି ସେମି ଟିକେଟ ହାସଲ କରିବାର ସମ୍ଭାବନା ରହିଛି ।

ବାଂଲାଦେଶ-ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍‌:

ବାଂଲାଦେଶର ଏହା ୫ଟି ମ୍ୟାଚ୍‌ରୁ ଚତୁର୍ଥ ପରାଜୟ, ଫଳରେ ସେମିଫାଇନାଲ ଦୌଡରୁ ବାଦ୍‌ ପଡିଛି ଟିମ । ଖେଳିଥିବା ୫ଟି ମ୍ୟାଚ୍‌ରୁ ଗୋଟିଏ ବିଜୟରୁ ୨ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ବାଂଲାଦେଶ । ପାକିସ୍ତାନ ଟିମ ମଧ୍ୟ ପଏଣ୍ଟ ଟେବୁଲର ଶେଷରେ ରହି ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.