ETV Bharat / sports

ICC T20I Rankings: ଶୀର୍ଷରେ ଭାରତର ଶେଫାଳି ବର୍ମା

author img

By

Published : Sep 7, 2021, 9:03 PM IST

ICC ଟି୨୦ ମାନ୍ୟତାର ନମ୍ବର ୧ ସ୍ଥାନରେ ଭାରତୀୟ ଯୁବ ଓପନର ଶେଫାଳି ବର୍ମା । ଅଧିକ ପଢନ୍ତୁ...

ICC T20I Rankings: Shafali Verma retains top spot in batting list
ICC T20I Rankings: ଶୀର୍ଷରେ ଭାରତର ଶେଫାଳି ବର୍ମା

ଦୁବାଇ: ପ୍ରକାଶ ପାଇଛି ICC ଟି୨୦ ମାନ୍ୟତା । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପଟେ ମଙ୍ଗଳବାର ପ୍ରକାଶିତ ଟି୨୦ ଖେଳାଳି ମାନ୍ୟତାରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସୋଫି ଡିଭାଇନ ଯୁଗ୍ମ ଭାବେ ବିଶ୍ବର ନୂତନ ମହିଳା ନମ୍ବର ୧ ଅଲରାଉଣ୍ଡର ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂ ମାନ୍ୟତାର ପଞ୍ଚମ ସ୍ଥାନକୁ ମଧ୍ୟରେ ଲମ୍ଫ ମାରିଛନ୍ତି ଡିଭାଇନ ।

ନିକଟରେ ହୋଭ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହିତ ଡିଭାଇନ ବଲ୍‌ରେ ମଧ୍ୟ କମାଲ କରିଥିଲେ । ୨୬ ରନ୍‌ ବ୍ୟୟରେ ୨ଟି ୱିକେଟ ହାତେଇଥିଲେ ।

ଏହି ପ୍ରଦର୍ଶନ ତାଙ୍କୁ ଇଂଲଣ୍ଡର ନାଟିଲେ ସ୍କିଭରଙ୍କ ସହିତ ଯୁଗ୍ମ ଭାବେ ନମ୍ବର ୧ ଅଲରାଉଣ୍ଡର ସ୍ଥାନରେ ପହଞ୍ଚାଇଛି । ଅଲରାଉଣ୍ଡର ମାନ୍ୟତାରେ ଅନ୍ୟମାନଙ୍କ ମଧ୍ୟରେ ଭାରତର ଦିପ୍ତୀ ଶର୍ମା, ଅଷ୍ଟ୍ରେଲିଆର ଏଲିସ ପେରୀ, ୱେଷ୍ଟଇଣ୍ଡିଜର ହେଇଲି ମାଥ୍ୟୁସ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ଷ୍ଟେଫନ ଟେଲର ୩ଟି ପଏଣ୍ଟ ହରାଇ ସପ୍ତମ ସ୍ଥାନକୁ ଖସିଆସିଛନ୍ତି ।

ବ୍ୟାଟିଂ ମାନ୍ୟତାରେ ଅନ୍ୟତମ ଭାରତୀୟ ଓପନର ସ୍ମୃତି ମାନ୍ଧାନା ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.