ETV Bharat / sports

ପିଏମ କେୟାର୍ସ ଫଣ୍ଡକୁ ନୁହେଁ, UNICEFକୁ କମିନ୍ସଙ୍କ କୋଭିଡ ରିଲିଫ

author img

By

Published : May 3, 2021, 8:43 PM IST

କୋଲକାତା ନାଇଟ ରାଇଡର୍ସ ଦ୍ରୁତ ବୋଲର ପାଟ କମିନ୍ସ କୋଭିଡ-19 ପ୍ରଭାବିତଙ୍କ ପାଇଁ UNICEF ଅଷ୍ଟ୍ରେଲିଆର ଭାରତ କୋଭିଡ -19 ସଂକଟ ଫଣ୍ଡକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ...

Cummins sends Covid relief to UNICEF, not to PM CARES fund
ପିଏମ କେୟାର୍ସ ଫଣ୍ଡକୁ ନୁହେଁ, UNICEFକୁ କମିନ୍ସଙ୍କ କୋଭିଡ ରିଲିଫ ଦାନ

ହାଇଦ୍ରାବାଦ: କୋଲକାତା ନାଇଟ ରାଇଡର୍ସ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ କମିନ୍ସ ସୋମବାର ପିଏମ କେୟାର୍ସ ଫଣ୍ଡକୁ କୋଭିଡ ରିଲିଫ ଦାନ କରିବା ନିଷ୍ପତ୍ତି ବଦଳାଇଛନ୍ତି । ଏଥିସହ ସିଧାସଳଖ 50000 ଡଲାର ସହାୟତା ରାଶି କୋଭିଡ-19 ପ୍ରଭାବିତଙ୍କ ପାଇଁ UNICEF ଅଷ୍ଟ୍ରେଲିଆର ଭାରତ କୋଭିଡ -19 ସଂକଟ ଅପିଲକୁ ପ୍ରଦାନ କରିଛନ୍ତି ।

ଏନେଇ ସୋମବାର କମିନ୍ସ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।

ପୂର୍ବରୁ ଏପ୍ରିଲ 26ରେ କମିନ୍ସ ପିଏମ କେୟାର୍ସ ଫଣ୍ଡକୁ 50,000 ଡଲାର ଦାନ କରିବାକୁ ଘୋଷଣା କରିଥିଲେ । ବିଶେଷ କରି ଭାରତରେ ହସ୍ପିଟାଲ ଗୁଡିକରେ ଅକ୍ସିଜେନ ପହଞ୍ଚାଇବାରେ ଏହି ଅର୍ଥ ଖର୍ଚ୍ଚ କରିବାକୁ କହିଥିଲେ ।

କୋରୋନାର ଦ୍ବିତୀୟ ଲହର ସଂକଟ ସ୍ଥିତିରେ ରହିଥିବା ଭାରତକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଧ୍ୟ 50,000 ଡଲାର ଆର୍ଥିକ ସହାୟତା ରାଶି ଦାନ କରିଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ରାଶି ପ୍ରଦାନ କରିଥିବାବେଳେ ବୋର୍ଡ, ଅଷ୍ଟ୍ରେଲୀୟ କ୍ରିକେଟର ସଂଘ(ACA) UNICEF ଅଷ୍ଟ୍ରେଲିଆ ସହ ମିଶି ଅଧିକ ଫଣ୍ଡ୍‌ସ ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.