ETV Bharat / sports

Cricket World Cup 2023: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଝଟ୍‌କା, ଆହତ ହେଲେ ସୂର୍ଯ୍ୟକୁମାର ଓ ଈଶାନ କିଷାନ

author img

By ETV Bharat Odisha Team

Published : Oct 21, 2023, 11:07 PM IST

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଆହତ ହେଲେ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଷାନ । ଅଧିକ ପଢ଼ନ୍ତୁ

ଆହତ ହେଲେ ସୂର୍ଯ୍ୟକୁମାର ଓ ଈଶାନ କିଷାନ
ଆହତ ହେଲେ ସୂର୍ଯ୍ୟକୁମାର ଓ ଈଶାନ କିଷାନ

ଧର୍ମଶାଳା: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଦଳ କ୍ରମାଗତ ଭାବେ ପ୍ରଥମ ୪ଟି ମ୍ୟାଚ୍ ଜିତି ଅପରାଜିତ ରହିଛି । ପଞ୍ଚମ ମ୍ୟାଚ୍‌ରେ ରବିବାର ଅନ୍ୟତମ ଅପରାଜିତ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଚଳିତ ବିଶ୍ବକପ୍‌ରେ ପ୍ରଥମ ୪ଟି ମ୍ୟାଚ୍‌ ଜିତି ଅପରାଜିତ ରହିଛି । ତେବେ ଏହି ଦୁଇ ଅପରାଜିତ ଦଳ ମଧ୍ୟରେ ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି । ଦଳର ଉପଅଧିନାୟକ ତଥା ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି ବିସିସିଆଇ । ତାଙ୍କ ବଦଳରେ ଈଶାନ କିଷାନ କିମ୍ବା ସୂର୍ଯ୍ୟ କୁମାର ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି କୁହାଯାଉଥିଲା । ହେଲେ ଏହି ଦୁଇ ଖେଳାଳି ମଧ୍ୟ ଏବେ ଆହତ ସମସ୍ୟାରେ ପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket world Cup 2023: ପାଣ୍ଡ୍ୟାଙ୍କ ବଦଳରେ କାହାକୁ ମିଳିବ ସୁଯୋଗ ? ଦ୍ରାବିଡ କହିଲେ ଅଛି ଏକାଧିକ ବିକଳ୍

ରବିବାର ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାଚ୍‌ ଖେଳିବ । କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଏବେ ଭାରତୀୟ ଟିମ୍‌ର ଆଉ ଦୁଇ ପ୍ରମୁଖ ୨ଟି ଖେଳାଳି ଆହତ ହୋଇଛନ୍ତି । ଖବର ସରୋବରାହ ସଂସ୍ଥା ପିଟିଆଇ ଦ୍ବାରା ମିଳିଥିବା ସୂଚନା ଅନୁସାରେ, ଧର୍ମଶାଳାରେ ନେଟ୍‌ରେ ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଭାରତର ଥ୍ରୋ ଡାଉନ୍ ବିଶେଷଜ୍ଞ ରଘୁଙ୍କ ସହ ଅଭ୍ୟାସ କରୁଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତ କଚଟିରେ ଆଘାତ ଲାଗିଛି । ଆଘାତ ଲାଗିବା ପରେ ସୂର୍ଯ୍ୟ କୁମାର ଅଭ୍ୟାସ ବନ୍ଦ କରିଦେଇଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ତାଙ୍କ ପାଇଁ କଷ୍ଟକର ବୋଲି କୁହାଯାଉଛି ।

  • " class="align-text-top noRightClick twitterSection" data="">

ଏହା ସହିତ ଅନ୍ୟତମ ଷ୍ଟାର ବ୍ୟାଟର ଈଶାନ କିଷାନଙ୍କୁ ମହୁମାଛି କାମୁଡ଼ିବାରୁ ସେ ଆହତ ହୋଇଥିବା ଜଣାପଡ଼ିଛି । ସେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ଉପୁଜିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ସୂର୍ଯ୍ୟ କୁମାର ଓ ଈଶାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଉପଲବ୍ଧ ରହିବେ କି ନାହିଁ, ସେନେଇ ବିସିସିଆଇ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ । ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟିମ୍‌ ଇଣ୍ଡିଆ ଉପଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ । ଗୋଡ଼ ମୋଡ଼ି ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲ‌ା । ଏହା ପରେ ସେ ଆଉ ମ୍ୟାଚ୍‌ ଖେଳିବାକୁ ଆସିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.