ETV Bharat / sports

World Cup 2023: ସଟ୍ ବଲକୁ ନେଇ ସମସ୍ୟା ନାହିଁ, ନିଜ କୌଶଳ ଉପରେ ଭରସା ଅଛି କହିଲେ ଶ୍ରେୟାସ

author img

By ETV Bharat Odisha Team

Published : Nov 3, 2023, 1:22 PM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ପାଳି ଖେଳିଥିବା ଶ୍ରେୟାସ ଆୟର ସଟ ବଲକୁ ନେଇ କିଛି ଏମିତି କହିଛନ୍ତି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

World Cup 2023
Shreyas Iyer

ମୁମ୍ବାଇ: କିଛି ମ୍ୟାଚରେ ପ୍ରଦର୍ଶନ ଭଲ ନଥିଲା । ଏହାକୁ ନେଇ ଚିନ୍ତାରେ ଥିଲା ଟିମ ଇଣ୍ଡିଆ । ନୈରାଶ୍ୟଜନକ ପ୍ରଦର୍ଶନ ପରେ ବି ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଥିଲା ଆଉ ଦଳର ଭରସା ବିଶ୍ବାସ ଜିତିବାରେ ସେ ସଫଳ ହୋଇଥିଲେ । ଆମେ କହୁଛୁ ଶ୍ରେୟାସ ଆୟରଙ୍କ କଥା । ଆଇସିସି ଦିନିକିଆ ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର 82ରନର ପାଳ ଖେଳି ଦଳୀୟ ସ୍କୋରକୁ ମଜଭୁତ ସ୍ଥରରେ ପହଞ୍ଚାଇଥିଲେ ଶ୍ରେୟାସ । ମ୍ୟାଚରେ ସଟ୍ ବଲକୁ ନେଇ ଦୁର୍ବଳତା ପ୍ରଶ୍ନ ଉପରେ ସେ କହିଛନ୍ତି ସଟ୍ ବଲକୁ ନେଇ କୌଣସି ସମସ୍ୟା ନାହିଁ ମୋତ ମୋର କୌଶଳ ଉପରେ ଭରସା ଅଛି ।

ବିଶ୍ବକପ ଆରମ୍ଭରୁ ସଟ୍ ବଲ ସମସ୍ୟା ହୋଇଛି କି ପ୍ରଶ୍ନର ଉତ୍ତରରେ ଶ୍ରେୟାସ ଆୟର କହିଛନ୍ତି, ''ମୁଁ ଅଧିକାଂଶ ମ୍ୟାଚ ୱାଙ୍ଖଡେରେ ଖେଳିଛି । ଅନ୍ୟ ପିଚ ତୁଳନାରେ ଏଥିରେ ଅଧିକ ବାଉନ୍ସ ହୋଇଥାଏ । ମୋତେ ଜଣା ଏହାକୁ କିପରି ପିଟିବି । ମୁଁ ଯେବେ ସଟ ଖେଳିବାକୁ ଯାଏ ଆଉଟ ହେବାକୁ ବାଧ୍ୟ । ଅଧିକାଂଶ ସମୟରେ ଏହା ମୋ ପାଇଁ କାମ କରିନାହିଁ । ବୋଧହୁଏ ତୁମେ ଭାବୁଛ ସଟ ବଲ ମୋ ପାଇଁ ସମସ୍ୟା ମୋ ପାଇଁ ଏହା କୌଣସି ସମସ୍ୟା ନୁହେଁ । ତୁମେ ଦେଖିଛ କି ମୁଁ କେତେ ପୁଲ ସଟ ଖେଳିଛି । ତୁମେ ଯଦି ସଟ ଖେଳିବାକୁ ଯାଉଛି ତେବେ ବାହାରକୁ ଯିବାକୁ ବାଧ୍ୟ । ଜଣେ ଖେଳାଳି ଭାବରେ ଏକ ସଟରେ ବାହାରକୁ ଖେଳିବାକୁ ବାଧ୍ୟ ।''

ଶ୍ରେୟାସ ଆହୁରି କହିଛନ୍ତି, ଦଳ ଭାଗ୍ୟଶାଳୀ ଥିଲା ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଲା । ଆମେ ଭାବୁଥିଲୁ କି ଯଦି ଟସ୍ ଜିତୁଛୁ ତେବେ ପ୍ରଥମେ ବ୍ୟାଟିଂ କରିବୁ । ମୋର ଦକ୍ଷତା ଉପରେ ଭରସା ଅଛି । କିଛି ବଲକୁ ଖେଳିବା ନେଇ ଯଥେଷ୍ଟ ଅନୁଭବ ରହିଛି । ମୁଁ ଅନ୍ୟ କୌଣସି ଜିନିଷ ପ୍ରତି ଧ୍ୟାନ ଦେଇନାହିଁ । ମୁଁ ବାରମ୍ବାର ଆଉଟ ହୁଏ ମାତ୍ର କିଛି ଚିନ୍ତା କରେ ନାହିଁ । ମୋର ଦକ୍ଷତା ସହ ଦଳର ସମର୍ଥନ ଉପରେ ମୋର ଭରସା ରହିଛି । ମୋ ମନରେ ଏହା ଥିଲା କି ମୁଁ ଯାହା ହାସଲ କରୁଥିଲି ତାହାର ଫାଇଦା ଉଠାଇ ପାରୁନଥିଲି । ମୁଁ ନିଜକୁ କହିଲି ଏହା ମୋ କ୍ଷେତ୍ର । ତେଣୁ ବଲକୁ ହିଟ୍ କରିବାର ଅଛି ।''

ଏହା ବି ପଢନ୍ତୁ...Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302ରନରେ ଜିତିଲା ଟିମ୍ ଇଣ୍ଡିଆ

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ 2023 ସଂସ୍କରଣରେ ଭାରତ ତାର ସପ୍ତମ ଲିଗ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା । 12 ବର୍ଷ ପରେ ସେହି ସମାନ ମୈଦାନ ୱାଙ୍ଖଡରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ରୋହିତ ବିଫଳ ହେବା ପରେ କିଙ୍ଗ ଓ ପ୍ରିନ୍ସ ଯୋଡି ଭାରତକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ । ବିରାଟ କୋହଲି 88 ଓ ଶୁଭମନ ଗିଲ 92ର ପାଳି ଖେଳ ଭାରତୀୟ ଦଳୀୟ ସ୍କୋରକୁ 190ରେ ପହଞ୍ଚାଇଥିଲେ । ଏହାପରେ ଶ୍ରେୟାସ ଆୟର 56 ବଲରେ 82ରନ (6ଚୌକା, 3ଚୌକା) ପାଳି ଖେଳି ଦଳୀୟ ସ୍କୋରକୁ 357ରେ ପହଞ୍ଚାଇଥିଲେ । ଭାରତ 302ରନ ବିଶାଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.