ETV Bharat / sports

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ: ଜାଣନ୍ତୁ କ’ଣ ରହିଛି ନିୟମ

author img

By

Published : Jul 28, 2019, 4:41 PM IST

1 ଅଗଷ୍ଟ 2019 ରୁ ଆରମ୍ଭ ହେବ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଆଇସିସି ମାନ୍ୟତାର ଶ୍ରେଷ୍ଠ 9ଟି ଟିମ ମଧ୍ୟରେ ହେବେ ସାମିଲ । ଜୁନ 2021ରେ ଇଂଲଣ୍ଡରେ ଖେଳାଯିବ ଫାଇନାଲ ମ୍ୟାଚ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ନୂଆଦିଲ୍ଲୀ: ଅଗଷ୍ଟ 1ରୁ ଆରମ୍ଭ ହେବ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆସେସ ସିରିଜ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସିରିଜ ହେବ । ତେବେ କ’ଣ ଏହି ବିଶ୍ବ ଟେଷ୍ଟ ଚମ୍ପିଆନସିପ ? କେଉ ଟିମ ଏଥିରେ ଖେଳିବେ ? କେତେଦିନ ଧରି ଏହା ଖେଳାଯିବ ? କଣ ଉଦ୍ଦେଶ୍ୟ ଏହାର ? କିଏ ହେବ ଏହାର ବିଜେତା ? କେମିତି ଜଣାପଡିବ ପଏଣ୍ଟ ?

ଏମିତି ଅନେକ ପ୍ରଶ୍ନ ରହିଛି । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ :


ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆୟୋଜନ କରିବା ନେଇ 2009ରୁ ଚିନ୍ତା କରୁଥିଲା ଆଇସିସି । ପରେ ଏହା 2010ରେ ଯୋଜନାରେ ପରିଣତ ହୋଇଥିଲା । ତେବେ 2013ରେ ଏହାର ପ୍ରଥମ ସଂସ୍କରଣ ଆରମ୍ଭ ପାଇଁ ଚିନ୍ତା କରାଯାଇଥିଲା । ତେବେ ଏହା ସମ୍ଭବ ହୋଇନଥିଲା । ଏହାକୁ 2017କୁ ଘୁଞ୍ଚାଇ ଦିଆଗଲା । ତେବେ ପୁଣି ଧାର୍ଯ୍ୟ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଶେଷରେ ଅଗଷ୍ଟ 1 2019ରୁ 30 ଏପ୍ରିଲ 2021 ପର୍ଯ୍ୟନ୍ତ ଏହାକୁ ଆୟୋଜନ କରିବାକୁ ସ୍ଥିର ହୋଇଥିଲା ।

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଉଦ୍ଦେଶ୍ୟ:


ଏହା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଅଧିକ ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଖେଳାଯିବା ।


କେବେ ଆରମ୍ଭ ହେବ :

ଏହି ଚମ୍ପିଆନସିପ ଅଗଷ୍ଟ 1ରୁ ଆରମ୍ଭ ହେବ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ପ୍ରଥମ ଆସେସ ଟେଷ୍ଟ ମ୍ୟାଚ ଏହାର ପ୍ରଥମ ମ୍ୟାଚ ହେବ ।

କେଉଁ ଟିମ ଏହି ଚମ୍ପିଆନସିପରେ ଖେଳିପାରିବେ:


ଆଇସିସି ମାନ୍ୟତାର ଶ୍ରେଷ୍ଠ 9ଟି ଟିମ ଏହି ଚମ୍ପିଆନସିପରେ ଭାଗନେବେ । 2ବର୍ଷ ମଧ୍ୟରେ ଗୋଟିଏ ଟିମ, କୌଣସି ଟିମ ବିପକ୍ଷରେ 6ଟି ଘରୋଇ ସିରିଜ ସହ ବିଦେଶରେ ମଧ୍ୟରେ ମଧ୍ୟ ଖେଳିବ ।

କେମିତି ସ୍ଥିର ହେବ ବିଜେତା:


ଶୀର୍ଷ 2ଟି ଟିମ ମଧ୍ୟରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲ ମ୍ୟାଚ ଇଂଲଣ୍ଡରେ ଜୁନ 2021ରେ ଖେଳାଯିବ ।

କିପରି ରହିବ ପଏଣ୍ଟ ଗଣନା:


2021 ମଧ୍ୟରେ ସର୍ବାଧିକ ଏକ ଟିମ 720 ପଏଣ୍ଟ ସ୍କୋର କରିପାରିବ । ପ୍ରତ୍ୟେକ ସିରିଜରେ 120 ପଏଣ୍ଟ ରହିଛି । ଏଥିରୁ ବିଜୟୀ ମ୍ୟାଚ ସଂଖ୍ୟା ଓ ସିରିଜରେ ଥିବା ମ୍ୟାଚ ସଂଖ୍ୟାକୁ ନଜରରେ ରଖି ପଏଣ୍ଟ ମିଳିବ ।


ଏବେ ନଜର ପକାନ୍ତୁ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଅନ୍ତର୍ଗତ ହେବାକୁ ଥିବା ମ୍ୟାଚ ଉପରେ:


ଅଗଷ୍ଟ-ସେପ୍ଟମ୍ବର 2019
ଭାରତ ଅଗଷ୍ଟ 22ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ୱେଷ୍ଟଇଣ୍ଡିଜ (ବିଦେଶରେ)-2ଟି ଟେଷ୍ଟ
ଅକ୍ଟୋବର2019
ଦକ୍ଷିଣ ଆଫ୍ରିକା(ନିଜଦେଶରେ)-3ଟି ଟେଷ୍ଟ
ନଭେମ୍ବର 2019
ବାଂଲାଦେଶ(ନିଜଦେଶରେ)-2ଟି ଟେଷ୍ଟ
ଫେବ୍ରୁୟାରୀ-ମାର୍ଚ୍ଚ 2020
ନ୍ୟୁଜିଲାଣ୍ଡ(ବିଦେଶରେ)-2ଟି ଟେଷ୍ଟ
ନଭେମ୍ବର2020-ଜାନୁୟାରୀ 2021
ଅଷ୍ଟ୍ରେଲିଆ(ନିଜଦେଶରେ)-4ଟି ଟେଷ୍ଟ
ଜାନୁୟାରୀ-ମାର୍ଚ୍ଚ 2021
ଇଂଲଣ୍ଡ(ନିଜଦେଶରେ)-5ଟି ଟେଷ୍ଟ

Intro:Body:

TESTING


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.