ETV Bharat / sports

ନାମ ଲେଖାଥିବା ଟେଷ୍ଟ ଜର୍ସିରେ ପ୍ରଥମ ଥର ଟିମ ଇଣ୍ଡିଆ

author img

By

Published : Aug 19, 2019, 1:07 AM IST

ୱେଷ୍ଟଇଣ୍ଡିଜ-ଏ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଖେଳାଳିଙ୍କୁ ନମ୍ବର ସହିତ ଖେଳାଳିଙ୍କ ନାମ ଥିବା ଟେଷ୍ଟ ଜର୍ସିରେ ପ୍ରଥମ କରି ଦେଖିବାକୁ ମିଳିଛି ।

ଫଟାେ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)


ହାଇଦ୍ରାବାଦ: ଅଗଷ୍ଟ 1ରୁ ଆରମ୍ଭ ହୋଇଛି ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଏଥିରେ ଟେଷ୍ଟ ଜର୍ସିରେ ନୂଆକରି ନମ୍ବର ସହିତ ଖେଳାଳିଙ୍କ ନାମ ସ୍ଥାନ ପାଇଥିଲା । ଐତିହାସିକ ଆସେସ ଟେଷ୍ଟରେ ଇଂଲଣ୍ଡ ଏ ଅଷ୍ଟ୍ରେଲିଆ ଦଳ ଏହି ନୂଆ ଜର୍ସିରେ ନଜର ଆସିଥିଲେ । ପରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ମଧ୍ୟ ଏହି ନମ୍ବର ସହିତ ଜର୍ସିରେ ନାମ ରହିଥିଲା ।

ତେବେ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଖେଳାଳି ଏଭଳି ଜର୍ସିରେ ପ୍ରଥମ କରି ନଜର ଆସିଛନ୍ତି । ୱେଷ୍ଟଇଣ୍ଡିଜ-ଏ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଖେଳାଳିଙ୍କୁ ଏହି ଜର୍ସିରେ ଦେଖିବାକୁ ମିଳିଛି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.