ETV Bharat / sports

ନୂଆ ଟେଷ୍ଟ ଜର୍ସିକୁ ନେଇ ପ୍ରତିକ୍ରିୟା ରଖିଲେ ବିରାଟ ବାହିନୀ

author img

By

Published : Aug 22, 2019, 12:31 PM IST

ନୂଆ ଟେଷ୍ଟ ଜର୍ସିକୁ ନେଇ ଭାରତୀୟ ଖେଳାଳୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସେହି ଭିଡିଓକୁ ବିସିସିଆଇ ନିଜର ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି ।

ଡିଜାଇନ ଫଟୋ

ଆଣ୍ଟିଗୁଆ: ନୂଆ ଟେଷ୍ଟ ଜର୍ସିକୁ ନେଇ ଭାରତୀୟ ଖେଳାଳୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟା ଭିଡିଓକୁ ବିସିଆଇ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଗୁରୁବାରଠାରୁ ଆରମ୍ଭ ହେବ ଭାରତୀୟ ଦଳର ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଯାତ୍ରା । ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମରେ ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ । ତେବେ ଏହି ଶୃଙ୍ଖଳାର ନୂଆ ନିୟମ ଅନୁସାରେ ଦଳର ଜର୍ସିରେ ନାମ ଓ ଜର୍ସି ନମ୍ବର ଲେଖାଯିବ ।

ତେବେ ଏହି ନୂଆ ଜର୍ସିକୁ ସମସ୍ତେ ସ୍ବାଗତ କରିଛନ୍ତି । କେଏଲ ରାହୁଲ ସେହି ଭିଡିଓରେ କହିଛନ୍ତି ଯେ, କାହାକୁ ବି ଜଣା ପଡେ ନାହିଁ ଗ୍ରାଉଣ୍ଡରେ କିଏ ଅଛନ୍ତି , କାରଣ ସମସ୍ତଙ୍କ ଦାଢୀ ଥାଏ ଓ ହେଲମଟ୍‌ ପିନ୍ଧିଲା ପରେ କିଏ ବ୍ୟାଟିଂ କରୁଛି ।

ବୁମରା କହିଛନ୍ତି ଯେ, ନୂଆ ଜର୍ସି ବହୁତ ଭଲ ଲାଗୁଛି । ସେହିପରି ଅଶ୍ବିନ କହିଛନ୍ତି ଯେ, ନୂଆ ଜର୍ସି ପ୍ରଶଂସକଙ୍କୁ ଟେଷ୍ଟ ମ୍ୟାଚ ସହ ଯୋଡିବାକୁ ଯାଇଛି ।

Intro:Body:

dd


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.