ETV Bharat / sports

ଚତୁର୍ଥ ଟି-20: ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Jan 31, 2020, 12:34 PM IST

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-20 ସିରିଜର 4ର୍ଥ ଟି-20ମ୍ୟାଚ ଖେଳାଯାଉଛି । ସ୍କାଏ ଷ୍ଟାଡିୟମ ୱେଲିଂଟନରେ ଖେଳଯାଉଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ।

IND Vs NZ 4th T20
IND Vs NZ 4th T20

ୱେଲିଂଟନ: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-20 ସିରିଜର 4ର୍ଥ ଟି-20ମ୍ୟାଚ ଖେଳାଯାଉଛି । ସ୍କାଏ ଷ୍ଟାଡିୟମ ୱେଲିଂଟନରେ ଖେଳଯାଉଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଛି । ଫଳରେ ପ୍ରଥମ ବ୍ୟାଟିଂ କରିବ ବିରାଟ ବାହିନୀ । 5 ଟିକିଆ ଟି-20 ସିରିଜରେ 3-0ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ସିରିଜ ହାତେଇ ସାରିଥିବାରୁ ଭାରତୀୟ ଚୂଡାନ୍ତ ଏକାଦଶରେ 3ଟି ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ଦଳରେ ରୋହିତ ଶର୍ମା, ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି ।

ଭାରତୀୟ ଚୁଡାନ୍ତ ଏକାଦଶ: ସଞ୍ଜୁ ସାମସନ, ଲୋକେଶ ରାହୁଲ, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, ମନିଷ ପାଣ୍ଡେ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା , ନବଦୀପ ସାଇନି ।

ନ୍ୟୁଜିଲାଣ୍ଡ ଚୁଡାନ୍ତ ଏକାଦଶ: ମାର୍ଟିନ ଗୁପ୍ଟିଲ, କଲିନ ମନ୍ରୋ, ଟମ ବ୍ରୁସ, ରସ ଟେଲର, ଟିମ ସୈଫର୍ଟ(ୱିକେଟ କିପର), ଡାରୀ ମିଚେଲ, ମାଚେଲ ସାଣ୍ଟନର, ସ୍କଟ କୁଗଲେଜିନ, ଟିମ ସାଉଦୀ(କ୍ୟାପଟେନ), ଇସ ଶୋଧି, ହାମିସ ବେନ୍ନଟ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.