ETV Bharat / sports

ବ୍ୟାଟିଂ ବିପର୍ଯ୍ୟୟ, 145ରେ ଅଲଆଉଟ୍‌ ଭାରତ

author img

By

Published : Feb 25, 2021, 4:19 PM IST

Updated : Feb 25, 2021, 5:20 PM IST

IND VS ENG 3rd Test: India 145 Allout, lead england by 33 runs
ବ୍ୟାଟିଂ ବିପର୍ଯ୍ୟୟ, 145ରେ ଅଲଆଉଟ୍‌ ଭାରତ

16:12 February 25

ବ୍ୟାଟିଂ ବିପର୍ଯ୍ୟୟ, 145ରେ ଅଲଆଉଟ୍‌ ଭାରତ

ଅହମ୍ମଦାବାଦ: ରୋମାଞ୍ଚକର ମୋଡରେ ଅହମ୍ମଦାବାଦ ପିଙ୍କ୍‌ ବଲ ଟେଷ୍ଟ । କ୍ରମାଗତ ଦ୍ବିତୀୟ ଦିନରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିଛି ସ୍ପିନରଙ୍କ କମାଲ । 112 ରନରେ ଇଂଲଣ୍ଡକୁ  ସୀମିତ ରଖିବା ପରେ ଭାରତ, ପ୍ରଥମ ଇଂନିସରେ ବଡ ସ୍କୋର କରିବାକୁ ଲକ୍ଷ୍ୟ ରଖିଥିଲା ।

ତେବେ ପ୍ରଥମ ଦିନର ଅସମାପ୍ତ ସ୍କୋର 99/3ରୁ ଖେଳ ଆରମ୍ଭ କରିଥିବା ଭାରତ 145ରନରେ ସମସ୍ତ ୱିକେଟ ହରାଇଛି । ଫଳରେ ବିରାଟ ବାହିନୀଙ୍କୁ ମାତ୍ର 33 ରନର ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି ।

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଘାତକ ବୋଲିଂ ସହ ମାତ୍ର 6.2 ଓଭରରେ 3ଟି ମେଡେନ ଓଭର ସହ 8 ରନ ବ୍ୟୟରେ ଅବିଶ୍ବସନୀୟ ଭାବେ 5 ୱିକେଟ ହାସଲ କରିଛନ୍ତି । ଷ୍ଟାର ସ୍ପିନର ଜାକ ଲିଚ 4ଟି ୱିକେଟ ହାତେଇଛନ୍ତି । ରୋହିତ ଶର୍ମା ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ 66 ରନର ଇଂନିସ ଖେଳିଛନ୍ତି ।  

ଏହି ଇଂନିସ ବ୍ୟତୀତ ବିରାଟ କୋହଲି 27 ଓ ରବିଚନ୍ଦ୍ରନ ଅଶ୍ବିନ 17 ରନର ଯୋଗଦାନ କରିଛନ୍ତି । ଚେତେଶ୍ବର ପୂଜାରା, ୱାସିଂଟନ ସୁନ୍ଦର ଓ ଅକ୍ଷର ପଟେଲ ବିନା କୌଣସି ରନରେ ପାଭିଲିୟନ ଫେରିଥିଲେ । ଋଷଭ ପନ୍ତ 1, ରାହାଣେ 7 ଓ ଶୁଭମଲ ଗିଲ ମାତ୍ର 11 ରନ କରିପାରିଥିଲେ ।

ପୂର୍ବରୁ 112 ରନରେ ଭ୍ରମଣକାରୀ ଇଂଲଣ୍ଡକୁ ରୋକିଥିଲା ଭାରତୀୟ ଦଳ । ଅକ୍ଷର ପଟେଲ ଘାତକ ବୋଲିଂ ସହ 6ଟି ୱିକେଟ ଓ ଅଶ୍ବିନ 3ଟି ୱିକେଟ ହାତେଇଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2021, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.