ETV Bharat / sports

ଭାରତ-ଇଂଲଣ୍ଡ 2ୟ ଟେଷ୍ଟ: ସୋମବାରଠୁ ଅନଲାଇନରେ ମିଳିବ ଟିକେଟ

author img

By

Published : Feb 7, 2021, 6:28 PM IST

Updated : Feb 7, 2021, 7:11 PM IST

ସୋମବାର ଠାରୁ ଚେନ୍ନାଇର ଏମ. ଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ 2ୟ ଟେଷ୍ଟ ପାଇଁ ସୋମବାରଠାରୁ ମିଳିବ ଟିକେଟ । ଅଧିକ ପଢନ୍ତୁ...

IND vs ENG, 2nd Test: TNCA announced booking tickets by online
ଭାରତ-ଇଂଲଣ୍ଡ 2ୟ ଟେଷ୍ଟ: ସୋମବାରଠୁ ଅନଲାଇନରେ ମିଳିବ ଟିକେଟ

ଚେନ୍ନାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସୋମବାର ଠାରୁ ଚେନ୍ନାଇର ଏମ. ଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ 2ୟ ଟେଷ୍ଟ ପାଇଁ ସୋମବାରଠାରୁ ମିଳିବ ଟିକେଟ । ତେବେ କେବଳ ଅନଲାଇନରେ ହିଁ ଟିକେଟ ଉପଲବ୍ଧ ହେବ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି । ସୋମବାର ସକାଳ 10.00 ପରଠାରୁ ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଟିକେଟ ବୁକ୍‌ କରିପାରିବେ ।

ତେବେ ଷ୍ଟାଡିୟମରେ ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକଙ୍କୁ ହିଁ ଅନୁମତି ମିଳିଛି ।

ପ୍ରଥମ ଟେଷ୍ଟ ସମାନ 'ଚେପକ' ଗ୍ରାଉଣ୍ଡରେ ଖେଳାଯାଉଥିଲେ ମଧ୍ୟ, ବିନା ଦର୍ଶକ ଓ ଖାଲି ଷ୍ଟାଡିୟମରେ ଖେଳାଯାଉଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଭାରତକୁ ପ୍ରାୟ ଗୋଟିଏ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି । ତେବେ ପ୍ରଥମ ଟେଷ୍ଟରେ ଷ୍ଟାଡିୟମରେ ଦର୍ଶକଙ୍କୁ ବାରଣ କରାଯାଇଥିଲା । ଫଳରେ ଦ୍ବିତୀୟ ଟେଷ୍ଟରେ ଦର୍ଶକଙ୍କୁ ଅନୁମତି ଘୋଷଣା ପରେ କ୍ରିକେଟପ୍ରେମୀ ଉତ୍ସାହିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2021, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.