ETV Bharat / sports

'ଆମେ କୌଣସି ଦଳ ଉପରେ ଚାପ ପକେଇ ପାରିବୁ'

author img

By

Published : Feb 20, 2020, 11:03 PM IST

ଭାରତୀୟ ଟିମର ଅଧିନାୟିକା ହରମନପ୍ରୀତ କୌର ମ୍ୟାଚ ପୂର୍ବରୁ କହିଛନ୍ତି ଯେ, ଆଇସିସି ମହିଳା ଟି-20 ବିଶ୍ବକପରେ କୌଣସି ଦଳ ଉପରେ ଚାପ ପକାଇବାର କ୍ଷମତା ରହିଛି ।

harmanpreet kaur
harmanpreet kaur

ସିଡନୀ: ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଆଇସିସି ମହିଳା ଟି-20 ବିଶ୍ବକପ । ତେବେ ଆୟୋଜକ ଦଳ ଓ ଭାରତ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ଭାରତୀୟ ଟିମର ଅଧିନାୟିକା ହରମନପ୍ରୀତ କୌର ମ୍ୟାଚ ପୂର୍ବରୁ କହିଛନ୍ତି ଯେ, ଆମ ଦଳ କୌଣସି ଦଳ ଉପରେ ଚାପ ପକାଇବାର ସମର୍ଥନ ରଖୁଛି ।

harmanpreet kaur
ଭାରତ ବନାମ ଅଷ୍ଟ୍ରେଲିଆ

ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି ଯେ, ସକାରାତ୍ମକ ରହିବା ଏହି ଭାରତୀୟ ଟିମର ସବୁଠାରୁ ବଡ ଶକ୍ତି । ଓପନିଂ ମ୍ୟାଚର ଅପେକ୍ଷାରେ ଅଛୁ । 4ଥର ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆ ଦଳ ସହ ମୁହାଁମୁହିଁ ହେବୁ । ଏହି ମ୍ୟାଚକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ । ଆମେ ଏପରି ଏକ ଟିମ କୌଣସି ଦଳ ଉପରେ ଚାପ ପକାଇ ପାରିବୁ । ସମସ୍ତ ଖେଳାଳି ସକରାତ୍ମକ ମନୋଭାବ ନେଇ ଖେଳିବେ । ଯାହା ଆମ ଟିମର ଶକ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛୁ ଭାରତୀୟ କ୍ରିକେଟକୁ ଭଲ ପାଆନ୍ତି । ଆମେ ଯେଉଁଠି ବି ଯାଉ, ଆମ ପାଖରେ ଆମର ପ୍ରଶଂସକ ରହିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.